ଭୁବନେଶ୍ୱର: 5-T ସଚିବ ଭି.କେ ପାଣ୍ଡିଆନ୍ ଏକାମ୍ରକ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି । ଆଜି ସକାଳୁ ଏକାମ୍ରକ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କରିଛନ୍ତି ୫-ଞ ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍। ପରିଦର୍ଶନ ସମୟରେ ସେଠାରେ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି ।ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ଜମି ଦେଇଥିବା ଦୋକାନିମାନଙ୍କୁ ପୁନଃ ଥଇଥାନ ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ରାସ୍ତାର ବିକାଶ ଏବଂ ଆବର୍ଜନା ସଫା କାର୍ୟ୍ୟ ତ୍ୱରାନ୍ୱିତ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପରିଦର୍ଶନ କରି ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଥିଲେ। ଆଜି ପଣ୍ଡିଆନଙ୍କ ସହ ବିଏମସି କମିଶନର ଶ୍ରୀ ପ୍ରେମଚାନ୍ଦ ଚୌଧୁରୀ, ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0