ଭୁବନେଶ୍ୱର: ଭୁବନେଶ୍ୱର ତ୍ରାହି ଅଚ୍ୟୁତ ଆଶ୍ରମର ସ୍ରଷ୍ଟା ସୁର ବାବା ଓରଫ ସୁରେନ୍ଦ୍ର ନାଥ ମିଶ୍ର ଆଉ ନାହାନ୍ତି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ରବିବାର ରାତି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ସୁର ବାବାଙ୍କ ପରଲୋକ ପରେ ଆଶ୍ରମରେ ଏକ ଶୋକର ଛାୟା ଖେଳିଯାଇଛି । ସୁର ବାବାଙ୍କ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଶୋକର ମହଲ ଦେଖାଯାଇଛି । ପୁର୍ବରୁ ଆଶ୍ରମ କେଳେଙ୍କାରୀ ନେଇ ସୁରବାବା ୨୦୧୫ ମସିହାରେ ଗିରଫ ହୋଇଥିଲେ । ତାଙ୍କ ନାଁରେ ଯୌନ ନିର୍ୟାତନା ମାମଲା ମଧ୍ୟ ରୁଜୁ ହୋଇଥିଲା । କୋଟି କୋଟି ଟଙ୍କାର ମାଲିକ ହୋଇଥିବା ସୁର ବାବାଙ୍କ ନାଁରେ ବାଲିପାଟଣା ଅଭିଯୋଗ ହୋଇଥିଲା । ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହା ପରେ ସୁର ବାବା ଝାରପଡ଼ା ଜେଲରେ ଦୀର୍ଘ ୨୭ ମାସ ପର୍ୟ୍ୟନ୍ତ ରହିଥିଲେ । ପରେ ୨୦୧୭ ଡିସେମ୍ବର ୩ରେ ଆଶ୍ରମକୁ ଫେରିଥିଲେ ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0