ନୂଆଦିଲ୍ଲୀ: ଦ୍ୱିତୀୟ ‘ଡ୍ରାଗନ’ରେ ମହାକାଶ କେନ୍ଦ୍ରକୁ ବଡ଼ଦିନ ଉପହାର। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ‘ସ୍ପେସଏକ୍ସ’ ତା’ର ମହାକାଶଯାନ ଦ୍ୱିତୀୟ ‘ଡ୍ରାଗନ’ରେ ବଡ଼ଦିନ ଉପହାର ସମେତ ୪୦ଟି ମୂଷା ଏବଂ ଅନ୍ୟାନ୍ୟ ସାମଗ୍ରୀ ପଠାଇଛି । ଏହି ଦ୍ୱିତୀୟ ମାଲବାହୀ ମହାକାଶଯାନଟି ପ୍ରଥମ ‘ଡ୍ରାଗନ୍’ ଠାରୁ ଉନ୍ନତ ଓ ବଡ଼। ଏହାକୁ ମିଶାଇ ପ୍ରଥମ ଥର ପାଇଁ ସମ୍ପ୍ରତି ‘ସ୍ପେସ’ ଏକ୍ସର ଦୁଇଟି ମହାକାଶଯାନ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ଚାରିପଟେ ପରିକ୍ରମା କରୁଛି। ମହାକାଶଯାନ ଦ୍ୱିତୀୟ ‘ଡ୍ରାଗନ୍’ ସୋମବାର ଦିନ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହାପରେ ଏହି ମହାକାଶଯାନଟି ଗତ ମାସରେ ୪ଜଣ ମହାକାଶଚାରୀଙ୍କୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ନେଇ ଯାଇଥିବା ପ୍ରଥମ ‘ଡ୍ରାଗନ’ ସହ ଯୋଗ ଦେବ। ନାସା’ର କେନେଡି ମହାକାଶ କେନ୍ଦ୍ରରୁ ‘ସ୍ପେସଏକ୍ସ’ର ଫାଲ୍କନ୍-୯ ରକେଟରେ ଦ୍ୱିତୀୟ ‘ଡ୍ରାଗନ’କୁ ଉତ୍କ୍ଷେପଣ କରାଯାଇଥିଲା। ୨୯୦୦ କିଲୋଗ୍ରାମ ଓଜନବିଶିଷ୍ଟ ଏହି ମହାକାଶଯାନରେ ପଠାଯାଇଛି ଅନେକ ସାମଗ୍ରୀ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0