ଗତ କିଛି ଦିନ ହେବ କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନ ଚାଲିଛି । ବଲିଉଡର ଅନେକ ତାରକା କୃଷକ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଏଥିରେ ସୋନମ କପୁରଙ୍କ ନାମ ମଧ୍ୟ ଯୋଡା ଯାଇଛି। ସୋନମ କପୁର କୃଷକ ଆନ୍ଦୋଳନର କିଛି ଚିତ୍ର ସେୟାର କରିଛନ୍ତି। ଏହି ଚିତ୍ରଗୁଡ଼ିକ ସହିତ ସେ ଲେଖିଛନ୍ତି, ‘ହଳ କରିବା ଆରମ୍ଭ ନହେବା ପର୍ୟ୍ୟନ୍ତ ଅନ୍ୟାନ୍ୟ କାର୍ୟ୍ୟ କରାଯାଇ ପାରିବ ନାହିଁ । ସୋନମଙ୍କ ସ୍ୱାମୀ ଆନନ୍ଦ ଅହୁଜା ଲେଖିଛନ୍ତି ଯେ, କୃଷକମାନେ ସେମାନଙ୍କର ଫସଲକୁ ମଧ୍ୟସ୍ଥି ବିନା ସିଧାସଳଖ ବଜାରରେ ବିକ୍ରୟ କରିବାକୁ ସକ୍ଷମ ହେବେ କିନ୍ତୁ ବ୍ୟବସ୍ଥାର ଉନ୍ନତି ସହିତ କୃଷକଙ୍କ ସମସ୍ୟା ବିଷୟରେ ମଧ୍ୟ ଶୁଣିବା ଉଚିତ୍ ।



Visitors Today : 13
Total Visitors : 130502
Total Views : 9892045
Visitors Online Now : 0