spot_img

ଅଭିନେତ୍ରୀ ତନାଜ ଈରାନୀଙ୍କୁ କରୋନା

ଅଭିନେତ୍ରୀ ତନାଜ ଈରାନୀ କରୋନା ପଜିଟିଭ। କରୋନାରେ ସଂକ୍ରମିତ ହେବା ପରେ ସେ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ପ୍ରାର୍ଥନା କରିଛନ୍ତି ଯେ ତାଙ୍କ ସହିତ ଆଉ କେହି ସଂକ୍ରମିତ ନ ହୁଅନ୍ତୁ। ସେ ଏଭଳି ପରିସ୍ଥିତିରେ ମଧ୍ୟ ସକରାତ୍ମକ ରହିବାକୁ ଉଦ୍ୟମ କରୁଛନ୍ତି। ତନାଜଙ୍କ ସ୍ବାମୀ ଭଖତ୍ୟାର ଈରାନୀ ଲେଖିଛନ୍ତି ଯେ , ତନାଜ କରୋନାରେ ସଂକ୍ରମିତ ହୋଇଛନ୍ତି। ଯେଉଁ କଳାକାରମାନେ ଶୁଟରେ ଅଛନ୍ତି ସେମାନେ ଏହାକୁ ହାଲୁକାରେ ନ ନିଅନ୍ତୁ। ମାସ୍କ ସବୁବେଳେ ନାକ ଏବଂ ମୁହଁକୁ କଭର କରି ପିନ୍ଧନ୍ତୁ। ଧ୍ୟାନ ରଖନ୍ତୁ। ଯଦି ଆପଣ କାହାକୁ ଠିକ ଭାବେ ମାସ୍କ ନ ପିନ୍ଧୁଥିବା ଦେଖୁଛନ୍ତି ତେବେ ତାଙ୍କୁ ଗାଇଡ କରନ୍ତୁ। ତନାଜ ଅନେକ ଫିଲ୍ମରେ ନଜର ଆସି ସାରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular