କେନ୍ଦୁଝର: ବିବାଦୀୟ କୃଷି ଆଇନ୍ କୁ ବିରୋଧ କରି ପ୍ରତ୍ୟାହାର ଦାବିରେ କୃଷକ ମାନେ ଚଳାଇଥିବା ଆନ୍ଦୋଳନ ଆଜି ୧୩ ଦିନ ରେ ପହଞ୍ଚିଥିବା ବେଳେ ଆଜି ଦେଶ ବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। କେନ୍ଦୁଝର ରେ ମଧ୍ୟ ଏହି ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୮ ଟା ରୁ ସହର ର ବିଭିନ୍ନ ଛକ ଗାନ୍ଧି ଛକ,ଲାବନ୍ୟ ଛକ ଠାରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ଲା କାର୍ଡ ଧରି ଗାଡି ମଟର ବନ୍ଦ କରାଯାଇଛି। ଶହ ଶହ ଗାଡ଼ି ଲମ୍ବା ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ପୋଲିସ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ମୁତୟନ କରାଯାଇଛି।



Visitors Today : 10
Total Visitors : 130499
Total Views : 9892042
Visitors Online Now : 0