ରାଜକନିକା:ପେଟ ପୋଷିବାକୁ ହଳଦୀ ପତ୍ର ଓ କ୍ୟାଲେଣ୍ଡର ବିକ୍ରି କରୁଛନ୍ତି ସାମ୍ବାଦିକ l ସାମ୍ବାଦିକ ବା ସମ୍ବାଦିକତା ଏଇ ଦୁଇଟି ଶବ୍ଦର ଅର୍ଥ ସମାଜ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ । ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ କଥାଟା ଶୁଣିବାକୁ କାନକୁ ଭଲ ଲାଗୁଥିଲେବି…ବାସ୍ତବରେ ଏହି କଥାର କେତେ ଯଥାର୍ଥ ରହିଛି ତାହା ଉଣା ଅଧିକେ ସମ୍ବାଦିକତାକୁ ନିଜର ନିଶା ବା ପେଶା କରିଥିବା ବନ୍ଧୁମାନେ ଭଲ ଭାବରେ ଜାଣନ୍ତି। ତେବେ ଆଜି ଏମିତି ଏକ ବନ୍ଧୁଙ୍କର ବାସ୍ତବ ଚିତ୍ର ଆମ ନଜରକୁ ଆସିଥିଲା ଯିଏ ସମ୍ବାଦିକତାକୁ ନିଜର ବ୍ରତ ଭାବି ରାଜକନିକା ଓ ଚାନ୍ଦବାଲି ଅଞ୍ଚଳରେ ପିଚିସି ବର୍ଷ ହେବ ସମ୍ବାଦିକତା କରିଆସୁଛନ୍ତି। ଏବେ ମଧ୍ୟ ସମ୍ବାଦିକତାକୁ ନିଜର ଧର୍ମ ବୋଲି ଭାବି ସମାଜମଙ୍ଗଳ କାର୍ୟ୍ୟରେ ଲାଗି ରହିଛନ୍ତି। ହେଲେ ପେଟ ପୋଷିବା ଲାଗି କଣ୍ଟପଡା ହାଟରେ ହଳଦୀ ପତ୍ର,ନଡ଼ିଆ,ବାର୍ଷିକ କ୍ୟାଲେଣ୍ଡର ଆଦି ବିକ୍ରି କରୁଛନ୍ତି। ନାଁ ତାଙ୍କର ଉମାକାନ୍ତ ନିଜର ଘର ପରିବାର ଚଳାଇବା ପାଇଁ ଅଷ୍ଟମୀ ଓ ନୂଆବର୍ଷ ରେ ଦୁଇ ପଇସା ରୋଜଗାର କରିବା ଲାଗି ଏମିତି କାର୍ୟ୍ୟ କରିବାକୁ ନିସ୍ପତି ନେଇଛନ୍ତି।ତେବେ ଆପଣ ମାନେ ଚିନ୍ତା କରନ୍ତୁ ରାଜ୍ୟରେ ମୁଖ୍ୟାଳୟ କୁ ଛାଡିଲେ ଏମିତି ଅନେକ ଅଞ୍ଚଳରେ ଜଣେ ଜଣେ ଉମାକାନ୍ତ ଥିବେ ଯିଏ ସାମ୍ବାଦିକତାକୁ ବ୍ରତ କରି ନିଜ ପରିବାର ପୋଷିବା ପାଇଁ ଏମିତି କୀଛି କରୁଥିବେ ନିଶ୍ଚୟ। ପରିବାର ପୋଷିବା ସେମାନଙ୍କ ପାଇଁ କେତେ କଷ୍ଟକର ।



Visitors Today : 9
Total Visitors : 130498
Total Views : 9892041
Visitors Online Now : 0