ବଲିଉଡ଼ ଅଭିନେତା ଧର୍ମେନ୍ଦ୍ରଙ୍କ ଆଜି ଜନ୍ମଦିନ ।ବଲିଉଡ଼ର ହିମ୍ୟାନ କୁହାଯାଉଥିବା ଧର୍ମେନ୍ଦ୍ର ଆଜି ନିଜର ୮୫ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୩୫ ମସିହା ଆଜିର ଦିନରେ ପଞ୍ଜାବରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୦ରେ ଫିଲ୍ମ “ଦିଲ ଭି ତେରା ହାମ ଭି ତେରେ” ଜରିଆରେ ବଲିଉଡ଼ରେ ପାଦ ଦେଇଥିଲେ । କିନ୍ତୁ ୧୯୭୫ ଫିଲ୍ମ ‘ସୋଲେ’ରେ ସେନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ନିଜର ଦମଦାର ଅଭିନୟ ପାଇଁ ସେ ଭାରତର ଶ୍ରେଷ୍ଠ ପୁରସ୍କାର ପଦ୍ମ ଭୂଷଣରେ ସମ୍ମାନିତ ହୋଇଛନ୍ତି । ଧର୍ମେନ୍ଦ୍ର ନିଜର ଅଭିନୟ ଜରିଆରେ ଆଜିବି ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି



Visitors Today : 4
Total Visitors : 130173
Total Views : 9891620
Visitors Online Now : 0