ନୂଆଦିଲ୍ଲୀ: ଜାନୁୟାରୀ ସୁଦ୍ଧା ଭାରତରେ ୨ଟି ଟିକା ଏବଂ ଏପ୍ରିଲ ଶେଷ ସୁଦ୍ଧା ୪ଟି ଟିକା ଉପଲବ୍ଧ ହେବା ନେଇ ସରକାର ଆଶାବାଦୀ ଅଛନ୍ତି । ଅକ୍ସଫୋର୍ଡ ଏବଂ ଆଷ୍ଟା୍ରଜେନିକା ପ୍ରସ୍ତୁତ କରୁଥିବା କୋଭିଶିଲ୍ଡ ଏବଂ ଭାରତ ବାୟୋଟେକରେ କୋଭାକ୍ସିନ ଜାନୁୟାରୀରେ ମିଳିପାରେ । ଜୁଲାଇ ବେଳକୁ ଦେଶର ୩୦ କୋଟି ଲୋକଙ୍କ ପାଇଁ ଟିକା ଉପଲବ୍ଧ ହେହାଇପାରିବ ବୋଲି କୁହାଯାଇଛି । କୋଭିଶିଲ୍ଡ ଏହାର ଜରୁରୀ ବ୍ୟବହାର ପାଇଁ ଆବେଦନ କରିଥିବା ବେଳେ ପରୀକ୍ଷା ସଫଳ ହେବା ପରେ ଜାନୁୟାରୀ ଶେଷ କିମ୍ବା ଫେବୃୟାରୀ ଆରମ୍ଭରେ କୋଭାକ୍ସିନ ଏଥିପାଇଁ ଆବେଦନ କରିବ । ଫାଇଜର କରିଥିବା ଆବେଦନ ଉପରେ ସରକାର ବିଚାର କରୁଛନ୍ତି । ଏହି ୩ ଟିକାକୁ ବାଦ ଦେଲେ ରୁଷିଆର ସ୍ପୁଟନିକ ଭି ଏପ୍ରିଲରେ ଭାରତରେ ପହଞ୍ଚିପାରେ ବୋଲି ବିଶ୍ୱାସ କରାଯାଇଛି । ଜୁନ ଜୁଲାଇ ସୁଦ୍ଧା ଜରୁରୀ ବର୍ଗଙ୍କୁ ଟିକା ଦେବା ପାଇଁ ଡୋଜ୍ ଉପଲବ୍ଧ ହୋଇପାରିବ ବୋଲି ଜଣାପଡିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0