ଆଜି କେରଳରେ ସ୍ଥାନୀୟ ସଂସ୍ଥା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । କେରଳର ୫ଟି ଜିଲ୍ଲା ଥିରୁଅନନ୍ତପୁରମ, କୋଲାମ, ପଠାନାମଥିଟା. ଆଲାପୁଜା ଏବଂ ଉଡୁକିର ୩୯୫ ଟି ସ୍ଥାନୀୟ ସଂସ୍ଥାର ୬ ହଜାର ୯୧୦ ୱାର୍ଡିରେ ମତଦାନ ଅନୁଷ୍ଠିତ ହୋଇଯାଇଛି । ଏଥି ସହ ବିଜେପି ନେତା କୁମାନମ ରାଜାସେଖରନ୍ ଥିରୁଅନନ୍ତପୁରମରେ ଭୋଟ ଦେଇଛନ୍ତି । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଏହି ନିର୍ବାଚନରେ ମୋଟ ୮୮ ଲକ୍ଷ ୨୬ ହଜାର ୮୭୩ ଭୋଟର ଉଚ୍ଛଦାନ କରିବେ । ଏହା ମଧ୍ୟରୁ ୧୫୦ ଜଣ ମଧ୍ୟ ଏନଆରଆଇ ଭୋଟର ହୋଇଥିବା ବେଳେ ୪୨ ହଜାର ୫୩୦ ଭୋଟର ପ୍ରଥମ ଥର ପାଇଁ ସେମାନଙ୍କର ଫ୍ରାଞ୍ଚାଇଜ୍ ବ୍ୟବହାର କରିବେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0