spot_img

ଭୁବନେଶ୍ୱରରେ ଭାରତ ବନ୍ଦର ପ୍ରଭାବ

ଭୁବନେଶ୍ୱର: ଭାରତ ବନ୍ଦକୁ ନେଇ ଭୁବନେଶ୍ୱରରେ ରେଳରୋକ, ବରମୁଣ୍ଡାରେ ବସଷ୍ଟାଣ୍ଡରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କୃଷକ ଆଇନ ପ୍ରତ୍ୟାହାର ଦାବିରେ ସାରା ରାଜ୍ୟରେ ସକାଳୁ ସକାଳୁ ଭାରତ ବନ୍ଦ ପାଳନ କରାଯାଉଛି । ରେଳଷ୍ଟେସନରେ ରେଳରୋକ କରାଯାଇଥିବାବେଳେ ବରମୁଣ୍ଡା ବସଷ୍ଟାଣ୍ଡରେ ବନ୍ଦର ପ୍ରଭାବ ପଡିଛି । ମାଷ୍ଟରକ୍ୟାଂଟିନ ଛକକୁ ଛାଡିଦେଲେ ଗାଡିମଟର ଯିବା ଆସିବା ସ୍ୱାଭାବିକ ରହିଛି । ସେପଟେ ବନ୍ଦର ପ୍ରଭାବ କଟକର ବାଦାମବାଡି ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି । ବସଷ୍ଟାଣ୍ଡରେ ପିକେଟିଂ କରି କଂଗ୍ରେସ କର୍ମୀ ଗାଡି ମୋଟରକୁ ଅଟକାଉଛନ୍ତି । ଯାତ୍ରୀବାହି ବସକୁ କଂଗ୍ରେସ କର୍ମୀ ଅଟକାଉଥିବା ଦେଖିବାକୁ ମିଳିଛି । ବନ୍ଦ ପାଳନ ଯୋଗୁଁ ବଦାମବାଡି ବସଷ୍ଟାଣ୍ଡରେ ବସଗୁଡିକ ଚଳାଚଳ କରୁନାହିଁ, ଦୋକାନ ବଜାର ବନ୍ଦ ରହିଛି । ବସ ଚାଲୁନଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି । ବନ୍ଦ ପାଳନକୁ ଆଖିରେ ରଖି ସହରର ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ପଇଁତରା ମାରୁଛନ୍ତି । ସେହିପରି ଅତ୍ୟାବଶ୍ୟକ ସେବା ପୂର୍ବ ଭଳି ଜାରି ରହିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular