spot_img

ସ୍କଟିଶ ଲିଗରେ ଭାରତର ପ୍ରଥମ ଗୋଲ ସ୍କୋର

ନୂଆଦିଲ୍ଲୀ : ସ୍କଟିଶ ମହିଳା ପ୍ରିମିୟର ଲିଗରେ ପ୍ରଥମ ଗୋଲ କଲେ ବାଲା । ଭାରତର ଷ୍ଟାର ଫୁଟବଲ ବାଲା ଦେବୀ ତାଙ୍କର ପ୍ରଥମ ଗୋଲ ସ୍କୋର କରିଛନ୍ତି । ବାଲା ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରେଞ୍ଜର୍ସ ଏଫସି ଦଳ ତରଫରୁ ଖେଳୁଛନ୍ତି । ତାଙ୍କ ଦଳ ରବିବାର ମଦରୱେଲ ଏଫସି ଦଳକୁ ୯-୦ ଗୋଲରେ ହରାଇ ଦେଇଛି । ବାଲା ମ୍ୟାଚରେ ବଦଳ ଖେଳାଳି ଭାବେ ପଡିଆକୁ ଓହ୍ଲାଇଥିଲେ । ସେ ୮୫ ତମ ମିନିଟରେ ଗୋଳ ସ୍କୋର କରିଥିଲେ ଯାହ ତାଙ୍କ ଦାଳର ଅନ୍ତିମ ଗୋଲ ଥିଲା । ୟୁରୋପରେ ଏକ ଟପ ଟିଅର ପ୍ରଫେଶନାଲ ଲିଗରେ ସ୍କୋର କରିବାରେ ବାଲା ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି । ଭାରତର ୩୦ ବର୍ଷୀୟା ବାଲା ଜାନୁୟାରୀରେ ୟୁରୋପରେ ଏକ ଟପ ଟିଅର କ୍ଲବ ସହ ଏକ ପ୍ରଫେଶନାଲ ଚୁକ୍ତି କରିଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular