ମୁମ୍ବାଇ : କରୋନା କବଳରେ ସାରା ଦେଶ । ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ମୁମ୍ବାଇ ସହରରେ ଲଗାତାର କରୋନା ମାମଲା ବୃଦ୍ଧି ପାଉଛି । ବଲିଉଡ ଓ ଟିଭି ଜଗତର ଅନେକ ତାରକା କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ନିକଟରେ ବଚ୍ଚନ ପରିବାରର ୪ ଜଣ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ଅଭିନେତ୍ରୀ ରେଖା ଓ ନିର୍ଦ୍ଦେଶିକା ଜୋୟା ଅଖତରଙ୍କ ବଙ୍ଗଳା ମଧ୍ୟ ସିଲ୍ କରାଯାଇଛି । ଏହିଭଳି ପରିସ୍ଥିତିରେ ଶାହରୁଖ୍ ଖାନ୍ ସାବଧାନତା ଅବଲମ୍ବନ କରି ନିଜ ବଙ୍ଗଳାକୁ ଚାରିପଟୁ ପ୍ଲାଷ୍ଟିକ କଭରରେ ସିଲ୍ କରିଦେଇଛନ୍ତି । ଏହି ବଙ୍ଗଳାରେ ଶାହରୁଖ ନିଜ ପତ୍ନୀ ଗୌରୀ ଓ ୩ ପୁଅଝିଅଙ୍କ ସହିତ ରୁହନ୍ତି । ସୁଚନାଯୋଗ୍ୟ ଯେ, ଶାହରୁଖାନ ନିଜର ୫ ମହଲା ବିଶିଷ୍ଟ ଅଫିସକୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବିଏମ୍ସିକୁ ଦେଇଛନ୍ତି ।

ଦୁଇ ବର୍ଷର ବ୍ରେକ ପରେ ଶାହରୁଖ୍ ଖାନ୍ ଫିଲ୍ମଜଗତକୁ ଫେରିବାକୁ ଯାଉଛନ୍ତି । ରାଜକୁମାର ହୀରାନିଙ୍କ ସହ ଇମଗ୍ରେସନ ଥମ୍ ଉପରେ ଆଧାରିତ ସୋସିଆଲ ଡ୍ରାମା ସୁଂଟି କରିବେ । ଯଦି ଲକ୍ଡ଼ାଉନ୍ ଅନଲକକୁ କୌଣସି ଅସୁବିଧା ନହୁଏ ତେବେ ଆଗାମୀ ଅକ୍ଟବୋର ମାସରେ ଫିଲ୍ମ ସୁଂଟି ଆରମ୍ଭ ହେବର ସମ୍ଭାବନା ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0