ସାଉଦି ଆରବ : ଚଳିତ ବର୍ଷ ୧୦୦୦ ତୀର୍ଥଯାତ୍ରୀଙ୍କୁ ନେଇ ପବିତ୍ର ହଜ ଯାତ୍ରା ଆୟୋଜିତ ହେବ । ସାଉଦିଆରବର ମକ୍କାଠାରେ ପ୍ରତିବର୍ଷ ଯାତ୍ରା ପାଇଁ ବିଶେଷ ଆୟୋଜନ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ ବିଶ୍ୱ ମହାମାରୀ କାରଣରୁ କେବଳ ସାଉଦିଆରବରେ ରହିଆସୁଥିବା ୧୦୦୦ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ନେଇ ଏହି ଯାତ୍ରା ଅନୁଷ୍ଠିତ ହେବ । ସାମାଜିକ ଦୂରତା ରକ୍ଷା କରିବା ସହ କରୋନା ସଂକ୍ରମଣ ରୋକିବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି ସ୍ଥାନୀୟ ସରକାର । ୨୯ ଜୁଲାଇ ଠାରୁ ଏହି ଯାତ୍ରା ଆରମ୍ଭ ହେବାକୁ ଯାଉଛି । ନୂଆ ନିୟମ ଅନୁସାରେ ୬୫ ବର୍ଷରୁ କମ ବୟସର ବ୍ୟକ୍ତି, ଯାହାର କୌଣସି ଶାରୀରିକ ସମସ୍ୟା ନଥିବ ସେମାନେ ହିଁ ଏହି ଯାତ୍ରାରେ ସାମିଲ ହୋଇପାରିବେ । ଚାନ୍ଦ ଉଦୟର ସମୟ ଦେଖି ହଜର ସମୟ ନିର୍ଦ୍ଧାରଣ କରାଯିବ । ପ୍ରତି ବର୍ଷ ବିଶ୍ୱର ସମସ୍ତ ଅଞ୍ଚଳରୁ ଲକ୍ଷ ଲକ୍ଷ ମୁସଲମାନ ତୀର୍ଥଯାତ୍ରୀ ଏଥିରେ ଯୋଗ ଦେଉଥିବା ବେଳେ ଚଳିତ ବର୍ଷ ଏନେଇ ଅନୁମତି ମିଳିନାହିଁ । ପ୍ରତିବର୍ଷ ପ୍ରାୟ ୨୫ ଲକ୍ଷ ତୀର୍ଥ ଯାତ୍ରୀ ଏହି ପବିତ୍ର ସ୍ଥାନକୁ ହଜ୍ ନିମନ୍ତେ ଆସିଥାନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0