ନୂଆଦିଲ୍ଲୀ: ରେଳ ନେଟ୍ୱାର୍କ ଦ୍ବାରା ୨୦୨୩ ସୁଦ୍ଧା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ସମସ୍ତ ରାଜଧାନୀକୁ ଯୋଡ଼ିବାର ଯୋଜନା ରଖିଛି ଭାରତୀୟ ରେଳବାଇ। ଏସଂପର୍କରେ ରେଳବାଇ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ବିନୋଦ କୁମାର ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ‘ଆମେ ଏକ ପ୍ରକଳ୍ପ ଆରମ୍ଭ କରିଛୁ ଯାହାକି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ସମସ୍ତ ରାଜଧାନୀକୁ ସଂଯୋଗ କରିବ। ଆଜି ସୁଦ୍ଧା ସିକିମକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଉତ୍ତର-ପୂର୍ବ ରାଜ୍ୟର ରାଜଧାନୀକୁ ଯୋଡ଼ି ସାରିଛି ଭାରତୀୟ ରେଳବାଇ। ଏବେ ଆମେ ସମସ୍ତ ଉତ୍ତର-ପୂର୍ବ ରାଜ୍ୟର ରାଜଧାନୀକୁ ଯୋଡ଼ିବାର ଯୋଜନା ଆରମ୍ଭ କରିଛୁ। ଆସାମର ରାଜଧାନୀ ତ୍ରିପୁରା ଓ ଅରୁଣାଚଳପ୍ରଦେଶକୁ ଯୋଡ଼ା ଯାଇସାରିଛି। ମଣିପୁର, ମିଜୋରମା, ନାଗାଲାଣ୍ଡ ଏବଂ ମେଘାଳୟ ଆଦିକୁ ଯୋଡ଼ିବା ପାଇଁ କାମ ଆରମ୍ଭ ହୋଇଛି। ୨୦୨୨ ସୁଦ୍ଧା ମଣିିପୁର, ମେଘାଳୟ ସିକିମ ସହ ସଂଯୋଗ ହେବ ବୋଲି ଆଶା ରହିଥିବା ବେଳେ ୨୦୨୩ ସୁଦ୍ଧା ମିଜୋରାମ, ନାଗାଲାଣ୍ଡକୁ ସଂଯୋଗ କରାଯିବ ବୋଲି ଆଶା ରହିଛି।’ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ରେଳ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଅନେକ କାମ କରିଥିବା ବେଳେ ଆସନ୍ତା ୩ ବର୍ଷ ମଧ୍ୟରେ ଆହୁରି ଗୁଡ଼ା କାମର ଲକ୍ଷ୍ୟ ରହିଛି ।’



Visitors Today : 6
Total Visitors : 130579
Total Views : 9892135
Visitors Online Now : 0