ଆନନ୍ଦପୁର ୨୧ ।୭ : ବଜାରରେ ବାଇକ୍ ଲୁଟେରାଙ୍କ ଆତଙ୍କ ଧୀରେ ଧୀରେ ସବଳ ହେବାରେ ଲାଗିଛି । ସିସିଟିଭି କ୍ୟାମେରାକୁ ବି ଖାତିର କରୁନାହାନ୍ତି ଲୁଟେରା । ଆନନ୍ଦପୁର ପୌରାଞ୍ଚଳ ଶାଳପଡା ବଜାର ନିକଟରେ ପୁଣି ଜଣେ ମହିଳାଙ୍କଠାରୁ ଲୁଟ୍ ହୋଇଛି । ଦୁର୍ବୃତ୍ତମାନେ କଳା ପଲସରରେ ଆସି ମହିଳାଙ୍କଠାରୁ ଭ୍ୟାନିଟି ବ୍ୟାଗ୍ ଝାମ୍ପି ନେଇଛନ୍ତି । ଏ ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ।

ମହିଳା ଜଣଙ୍କ ଶାଳପଡା ଜଳସମ୍ପଦ ବିଭାଗର ଜମି ଅଧିଗ୍ରହଣ ସେକ୍ସନର କମ୍ପ୍ୟୁଟର ଅପରେଟର ଭାବେ କାମ କରନ୍ତି । ତାଙ୍କ ନାଁ ସବିତା ନାୟକ । ସେ ଆଜି ନିଜ ସାଇକେଲରେ ଶାଳପଡା ବଜାରକୁ ମାର୍କେଟିଂ କରିବାକୁ ଆସୁଥିଲେ । ଠିକ୍ ଏହି ସମୟରେ ପଛପଟୁ ଦୁଇ ଜଣ ଦୃର୍ବୃତ୍ତ ଏକ କଳା ପଲସରରେ ଆସି ତାଙ୍କ ନିକଟରୁ ଭ୍ୟାନିଟି ବ୍ୟାଗଟି ଝାମ୍ପି ନେଇ ଦୃତଗତିରେ ପଳାଇଥିଲେ । ବ୍ୟାଗରେ ତାଙ୍କ ମୋବାଇଲ ଫୋନ୍ ଓ ନଗଦ ଟଙ୍କା ରହିଥିବା କହିଛନ୍ତି ସବିତା । ଏ ନେଇ ଥାନାରେ ଅଭିଯୋଗ ପରେ ଘସିପୁରା ପୋଲିସ ତଦନ୍ତ ଆରମ୍ଭ କରିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0