କରୋନା ଟିକା ନେଲେ ବ୍ରିଟେନର ୯୦ ବର୍ଷୀୟ ମହିଳା ମାର୍ଗାରେଟ କେନନ । ମାର୍ଗାରେଟଙ୍କୁ କୋଭେନଟ୍ରି ୟୁନିଭର୍ସିଟି ହସ୍ପିଟାଲଠାରେ ପିଫାଇଜରର କରୋନା ଟିକା ଦିଆଯାଇଛି । କ୍ଲିନିକାଲ ପରୀକ୍ଷାର ବୟସ ବାହାରେ କରୋନା ଟିକା ଗ୍ରହଣ କରିବାରେ ସେ ଦୁନିଆର ପ୍ରଥମ ବ୍ୟକ୍ତି । ଏହା ଏକ ଐତିହାସିକ ମୂହର୍ତ୍ତ । ତେବେ ମାର୍ଗାରେଟଙ୍କ ଗ୍ରହଣ ପରେ ବ୍ରିଟେନର ସମସ୍ତ ଜନସାଧାରଣ ଟିକା ନେବା ଆରମ୍ଭ କରିଛନ୍ତି । ତେବେ ଛଅ ଦଶନ୍ଧି ଧରି କୋଭେନଟ୍ରିରେ ରହୁଥିବା ଏହି ମହିଳା ଜଣଙ୍କ ଚାରି ପିଲାଙ୍କ ଜେଜେମା ଅଟନ୍ତି । ତେବେ ଟିକା ନେବା ପରେ ମାର୍ଗାରେଟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କୋଭିଡ଼ ଟିକା ନେଇଥିବା ପ୍ରଥମ ବ୍ୟକ୍ତି ହୋଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି । ଏହା ସହ ସେ ଜାତୀୟ ସ୍ୱାସ୍ଥ୍ୟ ସେବାର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0