spot_img

୨ ଦିନଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ଜେପି ନଡ୍ଡା

୨ ଦିନଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ବେଙ୍ଗଲରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନଡ୍ଡା ୯ ଡ଼ିସେମ୍ବରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେ ନିର୍ବାଚନ ପରିଚାଳନା ପାଇଁ ଭର୍ଚୁଆଲ ଭାବେ ରାଜ୍ୟର ୯ଟି ଜିଲ୍ଲାରେ ପାର୍ଟି ଅଫିସର ଶୁଭାରମ୍ଭ କରିବେ । ଏହା ବ୍ୟତୀତ ସେ ରାମକୃଷ୍ଣ ମିଶନକୁ ଯାଇ ପୂଜା ମଧ୍ୟ କରିବେ । ତେବେ କାର୍ଯ୍ୟସୂଚୀ ଅନୁଯାୟୀ ନଡ୍ଡା ରାଜ୍ୟ ବିଜେପିର ନିର୍ବାଚନ କାର୍ଯ୍ୟାଳୟ ମଧ୍ୟ ଉଦଘାଟନ କରିବେ । ଏହା ବ୍ୟତୀତ ସେ ଭବନପୁର ବିଧାନସଭାରେ ଜନସମ୍ପର୍କ କରିବା ସହ କାଳିଘାଟ ମନ୍ଦରରେ ପୂଜା କରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular