ପାକ ସରକାରଙ୍କୁ ବଡ଼ ଝଟକା। ସରକାରଙ୍କ ନୀତି ବିରୋଧରେ ବିରୋଧୀଦଳର ସମସ୍ତ ସଦସ୍ୟ ଏକାଠି ହୋଇ ସଂସଦରୁ ଇସ୍ତଫା ଦେବେ । ଯାହା ବିରୋଧୀ ଦଳର ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ଏହି ସୂଚନା ଦେଇଛନ୍ତି । ଯାହାକୁ ନେଇ ପାକିସ୍ତାନରେ ଇମ୍ରାନ ସରକାରର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାକିସ୍ତାନରେ ଇମ୍ରାନ ଖାନ୍ ସରକାର ଏବଂ ମିଳିତ ବିରୋଧୀ ଦଳ ମଧ୍ୟରେ ରାଜନୀତିକ ଛକାପଞ୍ଝା ଜାରି ରହିଛି। ଏହାରି ଭିତରେ ଡିସେମ୍ବର ୮ରେ ବିରୋଧୀ ଦଳରେ ଥିବା ୧୧ଟି ଦଳ ଏକାଠି ହୋଇ ଏକ ମିଳିତ ନିଷ୍ପତ୍ତି ନେଇପାରନ୍ତି। ଏହି ମିଳିତ ଦଳର ମେଣ୍ଟର ନାଁ ରହିଛି ପାକିସ୍ତାମ ଡେମୋକ୍ରାଟିକ୍ ମୁଭମେଣ୍ଟ । ନୱାଜ ସରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ୍-ନୱାଜର ବରିଷ୍ଠ ନେତା ମରିୟମ ନୱାଜ ସରିଫ କହିଛନ୍ତି ଯେ ଇମ୍ରାନ ସରକାର ଦେଶରେ ଅରାଜକତା ଏବଂ ଅତ୍ୟାଚାର କରୁଛନ୍ତି। ରବିବାର ଲାହୋରରେ ଦଳୀୟ କର୍ମୀ ଏବଂ ଜନସାଧାରଣକୁ ସମ୍ୱୋଧନ କରିବାବେଳେ ମରିୟମ ନୱାଜ ସରିଫ କହିଛନ୍ତି ଯେ ଯଦି ଆମେ ଏକାଠି ଇସ୍ତଫା ଦେବାକୁ ନିଷ୍ପତ୍ତି ନେବୁ ତାହେଲେ ସମର୍ଥନ ପାଇଁ କର୍ମୀଙ୍କୁ କହିଛନ୍ତି। ତେବେ ଏହାକୁ ନେଇ କାହାକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ମଧ୍ୟ ସେ ଆଶ୍ୱସନା ଦେଇଛନ୍ତି।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0