ଆସନ୍ତାବର୍ଷରୁ ଦେଶରେ ଆରମ୍ଭ ହେବ ୫ ଜି ଇଣ୍ଟରନେଟ ସେବା। ରିଲାଏନ୍ସ ଜିଓ ତରଫରୁ ୨୦୨୧ ମଧ୍ୟ ଭାଗରୁ ଏହି ସେବା ଆରମ୍ଭ କରାଯିବ। ଆଜି ଇଣ୍ଡିଆ ମୋବାଇଲ କଂଗ୍ରେସ ସମ୍ମିଳନୀରେ ଉଦବୋଧନ ଦେବା ବେଳେ କମ୍ପାନୀର ସିଇଓ ମୁକେଶ ଅମ୍ବାନୀ ଏହି ଘୋଷଣା କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସମସ୍ତଙ୍କୁ ସୁହାଇଲା ଭଳି ଦର ଓ ନେଟୱର୍କ ସବୁଆଡ଼େ ମିଳିବା ଭଳି ବ୍ୟବସ୍ଥା କରିବାକୁ ହେବ। ମୁଁ ସମସ୍ତଙ୍କୁ ପ୍ରତିଶୃତି ଦେଉଛି ଯେ ଜିଓ ୨୦୨୧ ଦ୍ୱିତୀୟ ଭାଗରୁ ଦେଶରେ ୫ ଜିର ବିପ୍ଳବ ଆଣିବ। ଭାରତରେ ବିକଶିତ ନେଟୱର୍କ, ହାର୍ଡୱେର ଓ ଟେକ୍ନୋଲଜିକୁ ଏଥିରେ ବ୍ୟବହାର କରାଯାଇଛି। ଭାରତ ଏବେ ଆତ୍ମନିର୍ଭର ହେବାକୁ ଚେଷ୍ଟା କରୁଛି। ୫ଜି ନେଟୱର୍କ ଭାରତକୁ ଆହୁରି ଆତ୍ମନିର୍ଭର କରିବାରେ ସହାୟତା କରିବ ବୋଲି ସେ କହିଛନ୍ତି।



Visitors Today : 13
Total Visitors : 130502
Total Views : 9892045
Visitors Online Now : 0