ଦିଲ୍ଲୀ: ଗୁରୁବାର ଭାରତ ସ୍ୱଦେଶୀ ଟିକା ‘କୋଭାସ୍କିନ୍’ର ମନୁଷ୍ୟ ପରୀକ୍ଷଣ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୩୭୫ ସ୍ୱୟଂସେବକଙ୍କ ଶରୀରରେ ଏହି ପରୀକ୍ଷା ହେବ । ଦିଲ୍ଲୀର ଏମ୍ସ ହସ୍ପିଟାଲରେ ୧୦୦ ଜଣ ସେବକଙ୍କ ଶରୀରରେ ଏହା ପ୍ରୟୋଗ କରାଯିବ । ପ୍ରଥମେ ୫୦ ଜଣଙ୍କୁ ଏହି ଭାକ୍ସନି ଦିଆଯିବ । ସେମାନଙ୍କ ସ୍ୱସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଇ, ଯାଞ୍ଚ କମିଟିକୁ ପଠାଯିବ । ପରେ ସ୍ଥିତି ଅନୁଧ୍ୟାନ କରି ଅନ୍ୟମାନଙ୍କୁ ଟିକା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୮ ବର୍ଷରୁ ୫୫ ବର୍ଷ ବୟସର ୧୦୦ ଜଣଙ୍କୁ ଏହି ଟିକା ଦେବା ନେଇ ସୂଚନା ଦେଇଛନ୍ତି ଏମ୍ସର ଡାକ୍ତର ରଣଦୀପ ଗୁଲେରିଆ । ଦ୍ୱିତୀୟ ପର୍ଯ୍ୟାୟରେ ୧୨ ରୁ ୬୫ ବର୍ଷ ବୟସ ଭିତରେ ଏହା ପ୍ରୟୋଗ କରାଯିବ । ଅନ୍ୟ ୨୭୫ ଜଣଙ୍କୁ ପରୀକ୍ଷା ପାଇଁ ବିଭିନ୍ନ ରାଜ୍ୟରେ ଚିହ୍ନଟ କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0