ଲକ୍ଷ୍ନୌ: ମଧ୍ୟପ୍ରଦେଶର ତ୍ରିପୁରାରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀକୁ ନେଇ ଯାଉଥିବା ଏକ ବୋଲେରୋଟି ଭାରସାମ୍ୟ ହରାଇ କୂଅ ଭିତରରେ ପଡିଯାଇଥିଲା। ଫଳରେ ଏହି ଦୁର୍ଘଟଣାରେ ଚାଳକ ସମେତ ୬ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ଅଛନ୍ତି। ଘଟଣାସ୍ଥଳରୁ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଭୟାବହ ଦୁର୍ଘଟଣା ସମ୍ପର୍କରେ ମହାରାଜପୁର ଥାନା ପ୍ରଭାରୀ କହିଛନ୍ତି, ଉତ୍ତରପ୍ରଦେଶର ମହୋବା ଜିଲ୍ଲା ଖ୍ବାସା ମାଫ ଗାଁରେ ବାହାଘର ଥିଲା। ବରଯାତ୍ରୀ ଏକ ବୋଲେରୋରେ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଦିଓ୍ବାନ ଜି ପୁରଭା ଗାଁକୁ ଯାଉଥିଲେ । କାରରେ ପ୍ରାୟ ୯ ଜଣ ବରଯାତ୍ରୀ ଥିଲେ। ରାତିରେ ଫେରିବା ବେଳେ ଗାଡି ଏକ ଖୋଲା କୂଅ ଭିତରେ ଖସି ପଡିଥିଲା। ଯାହାଫଳରେ ଡ୍ରାଇଭରଙ୍କ ସମତେ ୯ଜଣ କୂଅ ଭିତରେ ପଡିଯାଇଥିଲେ । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଆହତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0