ରୁପସା: ବାଲେଶ୍ବର ଜିଲ୍ଲାର ବସ୍ତା ବ୍ଲକ ରୁପସା ଥାନା ଅନ୍ତର୍ଗତ ଗଡ଼ପଦା ପଞ୍ଚାୟତକୁ ମଙ୍ଗଳବାର ଝାଡ଼ଖଣ୍ଡରୁ ଏକ ଦନ୍ତା ହାତୀ ପଶି ଆସିଥିଲା। ସ୍ଥାନୀୟ ଅଞ୍ଚଳର ଧାନ ଫସଲ ନଷ୍ଟ କରିବା ସହିତ କୁଳଗ୍ରାମର ଏକ ଫାର୍ମ ହାଉସ୍ର ଘରକୁ ଭାଙ୍ଗିଦେଇଛି। ଧାନ ଫସଲ ନଷ୍ଟ କରୁଥିବାରୁ ସ୍ଥାନୀୟ ଲୋକେ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ଦନ୍ତା ହାତୀଟି ଗ୍ରାମବାସୀଙ୍କୁ ଗୋଡ଼େଇବାରୁ ଲୋକେ ଭୟଭୀତ ହୋଇ ପଳାୟନ କରିଥିଲେ। ସେମାନେ ବିଦ୍ୟୁତ ସେବା ବନ୍ଦ କରି ଘରେ ଲୁଚି ରହିଥିଲେ। ଆତଙ୍କିତ ହୋଇ ଲୋକେ ବନ ବିଭାଗକୁ ଖବର ଦେବାର ୪ ଘଣ୍ଟା ପରେ ବନ କର୍ମଚାରୀ ପହଞ୍ଚିଥିଲେ। ତାପରେ ବନ ବିଭାଗ ଓ ଗ୍ରାମବାସୀ ହାତୀକୁ ଘଉଡ଼ାଇଥିଲେ। ଫଳରେ ହାତୀଟି ରାଉତପଡ଼ା ପଞ୍ଚାୟତ ଅର୍ନ୍ତଗତ ନୂଆଗାଁ ରେଳଷ୍ଟେସନ୍ ଆଡ଼କୁ ମୁହାଁଇଥିଲା। କିନ୍ତୁ ରେଳଷ୍ଟେସନ୍ରେ ହାତୀ ମୃତ୍ୟୁ ହେବା ଆଶଙ୍କାରେ ବାଣ ଓ ନିଆଁ ଜଳାଇ ଘଉଡ଼ା ଯାଇଥିଲା। ଦୀର୍ଘ ୧୧ ଘଣ୍ଟା ଧରି ହାତୀ ଉପଦ୍ରବରେ ଅଞ୍ଚଳବାସୀ ଆତଙ୍କିତ ହୋଇଥିଲେ। ତେବେ ହାତୀ କେଉଁ ଅଞ୍ଚଳକୁ ମୁହାଁଇଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0