spot_img

ପ୍ରତ୍ୟେକ ଗ୍ରାମାଞ୍ଚଳ ମିଳିବ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ: ଭାରତର ପ୍ରତ୍ୟେକ ଗ୍ରାମାଞ୍ଚଳରେ ୱାଇଫାଇ ସୁବିଧା କରିବେ ଭାରତ ସରକାର । ଏନେଇ କେନ୍ଦ୍ର ସରକାର ପିଏମ-ବାଣୀ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିବେ । ତେବେ ପିଏମ-ବାଣୀ ଯୋଜନାରେ ସରକାର ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସୁବିଧା ଯୋଗାଇଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟବିନେଟ୍ ବୈଠକ ବସିଥିଲା। ବୈଠକରେ ପିଏମ-ବାଣୀ ଯୋଜନା ଲାଗୁ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଥିଲେ। ଗ୍ରାମାଞ୍ଚଳରେ ଯେପରି ଇଣ୍ଟରନେଟ୍ ସୁବିଧା ସହଜରେ ଉପଲବ୍ଧ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ଏହି ଯୋଜନା ଲାଗୁ କରାଯାଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular