ଭୁବନେଶ୍ୱର ଏବଂ କଟକରେ ଆଉ ନୂଆ ପଜିଟିଭ
ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନାର ପ୍ରକୋପ । ଭୁବନେଶ୍ୱର ଏବଂ କଟକରେ ସ୍ଥିତି ସଙ୍ଗୀନ ହୋଇପଡିଛି । ଆଜି ୪୯ଜଣ କରୋନା ଆକ୍ରନ୍ତ ସୁସ୍ଥ ହୋଇଥିବା ବେଳେ ଭୁବନେଶ୍ୱରରେ ପୁଣି ଆଉ ନୂଆ ୨୧ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ଏବଂ କଟକରୁ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧୬ ଓ ସ୍ଥାନୀୟ ଅଞ୍ଚଳରୁ ୫ଜଣ ଚିହ୍ନଟ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ମୋଟ ୧୨୫୨କୁ ବୃଦ୍ଧି ପାଇଛି । ସେଥିରୁ ୧୧ଜଣଙ୍କର ମୃତ ହୋଇଛି ଏବଂ ୬୨୫ଜଣ ସୁସ୍ଥ ହୋଇଥିବା ବେଳେ ୬୧୪ଜଣ ଚିକିତ୍ସିତ ହୋଉଛନ୍ତି । ଏଥିମଧ୍ୟରୁ ସତ୍ୟନଗର କାଳୀ ମନ୍ଦିର ନିକଟରୁ ୪୬ବର୍ଷୀୟ ମହିଳା, କୋଳଥିଆରେ ୮୧ବର୍ଷୀୟ ବୃଦ୍ଧ , ଓ ଏକ ଘରୋଇ ହସ୍ପିଟାଲର ୪୬ ବର୍ଷୀୟ ପୁରୁଷ କର୍ମଚାରୀ , ଏବଂ ଚନ୍ଦକାରେ ଗୋଟିଏ ପରିବାରର ୨ ସଦସ୍ୟଙ୍କର କରୋନା ପଜିଟିଭ ବାହାରିଛି । ତେବେ ଭୁବନେଶ୍ୱରରେ ସୁସ୍ଥ ସଂଖ୍ୟା ୬୨୫କୁ ବୃଦ୍ଧି ପାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0