ମାଲକାନଗିରି: ମହାମାରୀ କରୋନାରୁ ବର୍ତ୍ତିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଠିକ୍ ପ୍ରତିଶେଧକ ଟୀକା ବଜାରରେ ଉବଲବ୍ଧ ହେଉନାହିଁ । ଫଳରେ ରୋଗରୁ ରକ୍ଷା ପାଇବା ପାଇଁ ଦିନକୁ ଦିନ ଗୋଟେ ପରେ ଗୋଟେ ନୂତନ ଅନ୍ଧବିଶ୍ୱାସ ଜନ୍ମ ନେବାରେ ଲାଗିଛି । ମାଲକାନଗିରି ଜିଲ୍ଲାରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଏଠାରେ ଛୋଟ ପିଲାଙ୍କ ୁ ଦେଶୀ ମଦ(ସଲପ) ଦିଲାଯାଉଥିବା ଖବର ସାମ୍ନାକୁ ଆସିଛି ।
ତେବେ, କୋରନାରୁ ରକ୍ଷାପାଇବା ପାଇଁ ସାମାଜିକ ଦୂରତାକୁ ମୂଳମନ୍ତ୍ର କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲାର ପୋଡିଆ ବ୍ଲକର ଦୁର୍ଗମ ପର୍ସନପଲ୍ଲୀ ଗାଁରେ ଏକାଠି ହେଉଛନ୍ତି । ସେ ପୁଣି ମୁହଁରେ ମାସ୍କ ନଲଗାଇ । କୁନି କୁନି ପିଲାଙ୍କ ହାତରେ ପତ୍ର ତିଆରି ଠୋଲା ଧରାଇ ବଡ଼ ଲୋକଙ୍କ ସହିତ କୁନି କୁନି ପିଲା ବି ମହୁଲି ମଦ ସେବନ କରୁଛନ୍ତି । ମଦ ପିଇଲେ କରୋନା ପାଖ ମାଡ଼ିବ ନାହିଁ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଜନ୍ମି ଥିବାରୁ ସେମାନେ ଏପରି କରୁଥିବା ଚର୍ଚ୍ଚା ହେଉଛି । ଏସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା କୁହାଯାଉଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0