spot_img

ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ଦକ୍ଷ ପ୍ରଶାସକ, ସଂସ୍କୃତିପ୍ରେମୀ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି । ମଙ୍ଗଳବାର ସକାଳ ୭ଟା ସମୟରେ ସେ ଇହଧାମ ତ୍ୟାଗ କରିଛନ୍ତି । କର୍କଟ ରୋଗରେ ପୀଡିତ ହୋଇ ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ୧୮୭୬ ମସିହା ବ୍ୟାଚର ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାପାଳ ଭାବରେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ରାଜ୍ୟ ସରକାରଙ୍କର ବିଭିନ୍ନ ପଦପଦବୀରେ ରହି ଗୁରୁ ଦାୟିତ୍ୱ ନିର୍ବାହ କରିଥିଲେ । ଓଡିଶା ଜୁଡୋ ଆସୋସିଏସନର ମଧ୍ୟ ସେ ଅଧ୍ୟକ୍ଷ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular