ନୂଆଦିଲ୍ଲୀ: ବିଶ୍ବର ଅନ୍ୟତମ ଅଗ୍ରଣୀ ଫାର୍ମାସ୍ୟୁଟିକାଲ କମ୍ପାନି ଫାଇଜର ଏବଂ ବାୟୋଏନ ଟେକର କୋଭିଡ-୧୯ ଟିକାକୁ ବ୍ରିଟେନ ମଂଜୁରି ଦେଇଥିଲା। ଫାଇଜର ଟିକାର ବ୍ୟବହାର ଅନୁମତି ଦେବାରେ ବ୍ରିଟେନ ପ୍ରଥମ ରାଷ୍ଟ୍ର ପାଲଟିଥିଲା। ହେଲେ ଟିକା ଦିଆଦିଆଯିବାର ୨୪ଘଣ୍ଟା ପରେ ଆଲର୍ଜି ସମସ୍ୟା ଥିବା ଲୋକମାନେ ଏହି ଟିକା ନିଅନ୍ତୁ ନାହିଁ ବୋଲି ବ୍ରିଟିଶ ସ୍ୱାସ୍ଥ୍ୟ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଜ୍ଝ ମଙ୍ଗଳବାର କିଛି ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଫାଇଜର ଟିକା ଦିଆଯିବ ପରେ ରାଷ୍ଟ୍ରାୟତ୍ତ ଜାତୀୟ ସ୍ୱାସ୍ଥ୍ୟ ସେବାର ଦୁଇଜଣ ସଦସ୍ୟଙ୍କ ଶରୀରରେ ଆଲର୍ଜି ସମସ୍ୟା ଦେଖାଯିବ ସହ ସେମାନଙ୍କର ଚିକିତ୍ସା କରାଯାଇଥିଲା ଜ୍ଝ ଏବେ ଦୁହେଁ ସୁସ୍ଥ ଥିବା ଜଣାପଡ଼ିଛି ଜ୍ଝ ଏହି ଘଟଣା ପରେ ଆଲର୍ଜି ସମସ୍ୟା ଥିବା ବ୍ୟକ୍ତିଙ୍କୁ ଏହି ଟିକା ନନେବା ପାଇଁ ବ୍ରିଟିଶ ସ୍ୱାସ୍ଥ୍ୟ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି ଜ୍ଝ ଯେଉଁମାନଙ୍କର ପୂର୍ବରୁ କୌଣସି ଔଷଧ ନେବା, ଖାଦ୍ୟ ଖାଇବା ବା ଟିକା ନେଲେ ଆଲର୍ଜି ହୋଇଥାଏ, ସେମାନଙ୍କୁ ଫାଇଜର ଟିକା ନନେବା ପାଇଁ କୁହାଯାଇଛି ଜ୍ଝ



Visitors Today : 1
Total Visitors : 130303
Total Views : 9891806
Visitors Online Now : 0