ନୂଆଦିଲ୍ଲୀ: ଆନ୍ଦୋଳନରତ କୃଷକମାନେ ସେମାନଙ୍କ ଦାବିରେ ଅଟଳ ରହିଛନ୍ତି। ନୂତନ କୃଷି ଆଇନ ସଂପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକ ନେତାମାନଙ୍କ ନିକଟକୁ ଆଇନରେ ସଂଶୋଧନ ନିମନ୍ତେ ପଠାଯାଇଥିବା ୫ଟି ପ୍ରସ୍ତାବକୁ ସେମାନେ ଆଜି ସିଧାସଳଖ ଖାରଜ କରି ଦେଇଛନ୍ତି। ଏଥିସହ ନୂତନ କୃଷି ଆଇନକୁ କେନ୍ଦ୍ର ସରକାର ସଂପୂର୍ଣ୍ଣ ରୂପେ ଉଚ୍ଛେଦ ନକରିବା ପର୍ୟ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି ସରକାରଙ୍କୁ ଚରମବାଣୀ ଶୁଣାଇ ଦେଇଛନ୍ତି। ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ଡିସେମ୍ବର ୧୪ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ କୃଷକ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି। କୃଷକମାନେ ଏହା ମଧ୍ୟ କହିଛନ୍ତି ଯେ, ଡିସେମ୍ବର ୧୨ସୁଦ୍ଧା ଦିଲ୍ଲୀ-ଜୟପୁର ରାଜପଥ ଅବରୋଧ କରାଯିବ। ଏହା ସହ ଡିସେମ୍ବର ୧୨ରେ ଦେଶର ସମସ୍ତ ଟୋଲ୍ ପ୍ଲାଜାକୁ ଦେୟମୁକ୍ତ କରାଯିବ ବୋଲି ସେମାନେ କହିଛନ୍ତି ଜ୍ଝ କୃଷକନେତାମାନେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି, ଦିଲ୍ଲୀର ରାଜରାସ୍ତା ଜାମ୍ କରାଯିବ ଏବଂ ରିଲାଏନ୍ସର ଉତ୍ପାଦଗୁଡ଼ିକୁ ବହିଷ୍କାର କରାଯିବ। କେବଳ ସେତିକି ନୁହେଁ, ବିଜେପିର ମନ୍ତ୍ରୀମାନଙ୍କୁ ମଧ୍ୟ ବହିଷ୍କାର କରାଯିବ ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0