ଭଦ୍ରକ: ମେଡିକାଲ କଲେଜ ପ୍ରତିଷ୍ଠା ଦାବି ରେ ୧୨ ଘଣ୍ଟିଆ ଭଦ୍ରକ ବନ୍ଦ । ୮ ତାରିଖରେ ‘ଭାରତ ବନ୍ଦ’ ପରେ କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଆହ୍ୱାନ ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ସହରର ସମସ୍ତ ଦୋକାନ, ବଜାର ସହ ଗାଡ଼ି ଚଳାଳ ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ଜିଲ୍ଲାରେ ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ସମୟରେ କଂଗ୍ରେସ କର୍ମୀଙ୍କ ତରଫରୁ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ଓ ପିକେଟିଂ କରାଯାଇଛି। ଭଦ୍ରକ ସହର ସମେତ ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଦ ପାଳନ ହେଉଛି। କଂଗ୍ରେସ ସହିତ ଏଥିରେ ଅନ୍ୟ କିଛି ସଂଗଠନ ସାମିଲ ହୋଇଛନ୍ତି। ପୂର୍ବରୁ ସମାନ ଦାବି ନେଇ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ସଂଗ୍ରାମୀ ସେନା, କ୍ରିୟାନୁଷ୍ଠାନ କମିଟି ଓ ଭଦ୍ରକ ସୋସାଲ ସର୍ଭିସ ସହ ବିଭିନ୍ନ ଅନୁଷ୍ଠାନ ଆନ୍ଦୋଳନ କରିଆସୁଛନ୍ତି।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0