spot_img

ସକାଳର ମୁଖ୍ୟ ଖବର

(୧) ପରୀ ଗାଁକୁ ଯିବେ ପୁରନେ୍ଦଶ୍ୱରୀ । ତିନିଦିନିଆ ଓଡିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ । ରହଣୀ ଭିତରେ ଜିଲ୍ଲା ସଭାପତି ଓ ପ୍ରଭାରୀଙ୍କ ସହ କରିବେ ଆଲୋଚନା । ପରୀ ପ୍ରସଙ୍ଗରେ ରାଜ୍ୟ ସଂଗଠନ ଆନେ୍ଦାଳନକୁ ଦେଇପାରନ୍ତି ଦିଶାନିଦେ୍ର୍ଦଶ ।
(୨) ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବାକୁ ନେଇ ଭଦ୍ରକ ସହର ବନ୍ଦ । ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା । ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ । ଦୋକାନ ବଜାର ବନ୍ଦ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ।
(୩) ଆଜି ନୂତନ ସଂସଦ ଭବନର ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ । ଶିଳାନ୍ୟାସ ଉତ୍ସବରେ ଯୋଗଦେବେ ୨୦୦ ଅତିଥି । ୨୦୨୨ ସୁଦ୍ଧା ଶେଷ ହେବ ନିର୍ମାଣ । ଖର୍ଚ୍ଚ ହେବ ୯୭୧ କୋଟି ଟଙ୍କା ।
(୪) ଜିଦ୍ ରେ ଅଟଳ ଚାଷୀ । ମୋଦୀ ସରକରାଙ୍କ ପ୍ରସ୍ତାବକୁ କଲେ ଅଗ୍ରାହ୍ୟ । ଆସନ୍ତା ୧୪ରେ ପୁଣି ଦେଶବ୍ୟାପୀ ପ୍ରତିବାଦ । ୧୨ରେ କରିବେ ଦିଲ୍ଲୀ ଜୟପୁର ରାଜପଥ ଅବରୋଧ ।
(୫) କୋଭିସିଲ୍ଡ ଓ କୋଭାକ୍ସିନକୁ ମିଳିଲାନି ଅନୁମତି । ନିରାପତ୍ତା ସଂକ୍ରାନ୍ତ ତଥ୍ୟ କମ୍ ଥିବାରୁ ବିଶେଷଜ୍ଞ କମିଟି ଦେଲେ ନାହିଁ ଅନୁମୋଦନ । ସେପଟେ ଗୁଣବତା ଓ ନିରାପତ୍ତା ନେଇ ଡିସିଜିଆଇ ମାଗିଲା ଅଧିକ ତଥ୍ୟ ।
(୬) ରାଜ୍ୟରେ ତଳମୁହାଁ ପାରଦ । ୫ ଡିଗ୍ରୀ ତଳେ ୧୩ ସହର । ଦାରିଙ୍ଗବାଡିରେ ୧୧ ଡିଗ୍ରୀ ଛୁଇଁଛି ପାରଦ । ଏପଟେ ରାଜଧାନୀ ସମେତ କଟକର କିଛି ସ୍ଥାନରେ ଘନ କୁହୁଡି ଜାରି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular