spot_img

୧୧ ଦ୍ୱୀପପୁଞ୍ଜରେ ହାଇସ୍ପିଡ ଇଣ୍ଟରନେଟ ସେବା ସହ ଅପ୍ଟିକାଲ ଫାଇବର ନିଷ୍ପତ୍ତି

ନୂଆଦିଲ୍ଲୀ: ବୁଧବାର ଇଣ୍ଟରନେଟ୍ ସେବାକୁ ନେଇ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସାର୍ବଜନୀନ ୱାଇଫାଇ ଆକସେସ ଡାଟା କେନ୍ଦ୍ର ଇଣ୍ଟରଫେସ ବା ପିଏମ୍ ବାଣୀକୁ ମଞ୍ଜୁରୀ ମିଳିଛି । ଏହି ନିଷ୍ପତ୍ତି ଅନୁଯାୟୀ, ଦେଶର ବିଭିନ୍ନ ସ୍ଥାନରେ ସାର୍ବଜନୀନ ଡାଟା କେନ୍ଦ୍ର ଖାଲାଯିବ । ଏହି ସେଣ୍ଟର ଖୋଲିବା ପାଇଁ କୈାଣସି ଲାଇସେନ୍ସ ବା ଦେୟ ଦେବାକୁ ପଡିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି । ବିଶେଷ କରି ଉତ୍ତର ପୂର୍ବ ଭାରତରେ ବ୍ରଡବ୍ୟାଣ୍ଡ ସଂଯୋଗ ସହ ୪ ଜି ସେବା ଯୋଗାଯିବ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ଲାକ୍ଷାଦ୍ୱୀପ ସମେତ ୧୧ ଦ୍ୱୀପପୁଞ୍ଜରେ ହାଇସ୍ପିଡ ଇଣ୍ଟରନେଟ ସେବା ସହ ଅପ୍ଟିକାଲ ଫାଇବର ନିଷ୍ପତ୍ତି ହୋଇଛି । କୋଚି ଓ ଲାକ୍ଷାଦ୍ୱୀପ ମଧ୍ୟରେ ଅପ୍ଟିକାଲ କେବଲ ସଂଯୋଗ କରାଯିବ । ଅରୁଣାଚଳ ପ୍ରଦେଶ ଓ ଆସାମର ଦୁଇଟି ଜିଲ୍ଲାରେ ମୋବାଇଲ କଭରେଜ ପାଇଁ କ୍ୟାବିନେଟ ୟୁଏସଓଏଫ ଯୋଜନାକୁ ଅନୁମୋଦନ ଦେଇଛି । ୨ ହଜାର ୩୭୪ ଗାଁରେ ଏହି ଯୋଜନାରେ ଲୋକେ ସେବା ପାଇବେ । ଏଥିସହ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାରେ କ୍ୟାବିନେଟ୍ ୨୨ ହଜାର ୮୧ ଶହ କୋଟି ଟଙ୍କା ଅନୁମୋଦନ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular