spot_img

କେବେ ହେବ ଆଇପିଏଲ ?

ନୂଆଦିଲ୍ଲୀ: ଚଳିତ ବର୍ଷ କରୋନା ମହାମାରୀ ପାଇଁ ସ୍ଥଗିତ ଟି-୨୦ ବିଶ୍ୱକପ ବାତିଲ ହୋଇଛି । ଏହାପରେ ବିସିସିଆଇ ସ୍ଥଗିତ ରହିଥିବା ଆଇପିଏଲ ମ୍ୟାଚ ଆରମ୍ଭ କରିବ ପ୍ରକ୍ରିୟା । ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଆଇପିଏଲକୁ ନେଇ ନୂଆ ସୂଚନା ଦିଆଯାଇଛି ।

ଆଇପିଏଲର ଗଭର୍ଣ୍ଣିଂ କାଉନସିଲର ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି, ଜିସି ବୈଠକ ଆସନ୍ତା ୭ରୁ୧୦ ଦିନ ମଧ୍ୟରେ ଅନୁଷ୍ଠିତ ହେବ । ବୈଠକରେ ଆସନ୍ତା ଆଇପିଏଲ୍ ମ୍ୟାଚ ସୂଚୀ ନେଇ ଚୂଡ଼ାନ୍ତ ନିଷ୍ପତି ନିଆଯିବ । ଆଇପିଏଲ କରିବା ପୂର୍ବରୁ ସରକାରଙ୍କ ଅନୁମତିକୁ ପ୍ରାଧାନ୍ୟ ଦିଆଯିବ । ସେପ୍ଟମ୍ବର ଶେଷଯାଏଁ କରୋନା ସ୍ଥିତିକୁ ହେଖିି ଆଇପିଏଲ ଭାରତରେ ହେବ ନାଁ ୟୁଏଇକୁ ସ୍ଥାନାନ୍ତର ହେବ, ତା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular