ତ୍ୱଚାରେ ପ୍ରାକୃତିକ କୋମଳତା ଆଣିବା ପାଇଁ ଚନ୍ଦନ ଏବଂ ମୁଲତାନି ମାଟିରେ ପ୍ରସ୍ତୁତ ଫେସପ୍ୟାକ ଲଗାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଏହି ପ୍ୟାକ ପ୍ରସ୍ତୁତ କରିବା ପାଇଁ ଆପଣ ସମାନ ପରିମାଣର ଚନ୍ଦନ ଏବଂ ମୁଲତାନି ମାଟି ନିଅନ୍ତୁ । ଏହି ପ୍ୟାକ ତ୍ୱଚାରୁ କଳାଦାଗ ଏବଂ ବ୍ରଣ ସମସ୍ୟା ଭଲ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣ ୩ ରୁ ୪ ଚାମଚ କ୍ଷୀର ପକାଇ ଏହି ମିଶ୍ରଣ ପ୍ରସ୍ତୁତ କରିପାରିବେ । ପରେ ଏହି ପ୍ୟାକକୁ ତ୍ୱଚାରେ ଲଗାଇ କିଛି ସମୟ ସୁଖିବା ପାଇଁ ଛାଡି ଦିଅନ୍ତୁ । ଏହାପରେ ହାଲୁକା ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ ।
ସେହିଭଳି ଲବଙ୍ଗରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ଏହିକାରଣରୁ ଏହା ତ୍ୱଚାରୁ ବ୍ରଣ ସମସ୍ୟା ଭଲ କରିବାରେ ସାହାଯ୍ୟ କରିଥାଏ । ଏଥିସହ ତ୍ୱଚାରୁ ଦାଗ ମଧ୍ୟ ଦୂର ହୋଇଯାଇଥାଏ । ତ୍ୱଚାର ଲୋମ ଛିଦ୍ରରେ ଥିବା ତେଲିଆ ଅଂଶକୁ ଏହା ପରିସ୍କାର କରିଥାଏ । ପ୍ରତ୍ୟେକ ଦିନ ଏଥିରେ ମୁହଁ ଧୋଇବା ଦ୍ୱାରା ତ୍ୱଚାରୁ ତେଲିଆପଣ ଦୂର ହୋଇ ଚମକ ଦେଖାଯାଇଥାଏ । ଏଥିପାଇଁ ଆପଣ ୪ ରୁ ୫ଟି ଲବଙ୍ଗକୁ ଅଳ୍ପ ପାଣିରେ ଗ୍ରାଇଣ୍ଡିଂ କରି ଏହାକୁ ରାତିରେ ମୁହଁରେ ଲଗାଇ ଶୁଅନ୍ତୁ । ସକାଳୁ ଉଠିବା ପରେ ମୁହଁ ଧୁଅନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଆପଣ ନିଜେ ଫରକ୍ ଅନୁଭବ କରିପାରିବେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0