ଭୁବନେଶ୍ୱର: ଓଡିଶା ସରକାରଙ୍କ ପର୍ୟ୍ୟଟନ ବିଭାଗ ପକ୍ଷରୁ ପର୍ୟ୍ୟଟକ ମାନଙ୍କ ନିମନ୍ତେ ଚିତୋବିନୋଦନ ଓ ପର୍ୟ୍ୟଟନ ଶିଳ୍ପର ବିକାଶ, ପ୍ରଚାର ପ୍ରସାର ପାଇଁ ବୁଧବାର ଠାରୁ ବହୁ ଚର୍ଚ୍ଚିତ ଇକୋ ରିଟ୍ରିଟ୍ ଉତ୍ସଵ ଆରମ୍ଭ ହୋଇଯାଇଛି। ଗତ ବର୍ଷ କୋଣାର୍କ ପୁରୀ ବେଳମାର୍ଗ ରାମଚଣ୍ଡୀ ବେଳାଭୂମିରେ ମେରାଇନ ଡ୍ରାଇଭ ଇକୋ ରିଟ୍ରୀଟ୍ ଉତ୍ସଵ ଆୟୋଜିତ ହୋଇଥିଲା। ପର୍ୟ୍ୟଟକ ମାନଙ୍କ ଆକୃଷ୍ଠତା ଓ ଇକୋ ରିଟ୍ରିଟ୍ ଉତ୍ସଵ ସଫଳତାକୁ ନେଇ ଚଳିତ ବର୍ଷ ଏହା ପୁଣି ଆୟୋଜନ କରାଯାଇଛି। ଏହାକୁ ଓଡିଶା ପ୍ରସାରି କରିବା ପାଇଁ ଚଳିତ ବର୍ଷ ପର୍ୟ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଛଡା ସାମୟିକ ଭାବେ ସାତକୋଶିଆ, ହୀରାକୁଦ, ଦାରିଙ୍ଗିବାଡି ଓ ଭିତରକନିକାରେ ଏହି ଉତ୍ସଵ ଆୟୋଜନ କରାଯାଉଛି। ଆଜିଠାରୁ ଆସନ୍ତା ଫେବୃଆରୀ ୨୮ ତାରିଖ ଦୀର୍ଘ ୩ ମାସ ପର୍ୟ୍ୟନ୍ତ ହେବାକୁ ଥିବା ଏହି ଉତ୍ସବକୁ ଆଜି କୋଣାର୍କ ରାମଚଣ୍ଡୀ ଇକୋ ରିଟ୍ରୀଟ୍ ଠାରେ କେନ୍ଦ୍ର ପର୍ୟ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତା ମାଧ୍ୟମରେ ବାର୍ତା ଦେଇ ଶୁଭ ଉଦଘାଟନ କରିଥିଲେ।

ଇକୋ ରିଟ୍ରିଟ୍ ଉତ୍ସଵ ସ୍ଥଳରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ଜୟନ୍ତ ଷଡଙ୍ଗୀ ଓ ପର୍ୟ୍ୟଟନ ସଚିବ ଵିଶାଲ ଦେବ,ଅସ୍ତରଙ୍ଗ ବ୍ଲକ ଅଦକ୍ଷ ସ୍ୱାଧୀନ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ। ଏହି ଇକୋ ରିଟ୍ରିଟ୍ ଉତ୍ସଵରେ ପର୍ୟ୍ୟଟକ ମାନଙ୍କ ପାଇଁ ୫୦ ଗୋଟି ଅତ୍ୟାଧୁନିକ ଟେଣ୍ଟ ରୁମ ସହ ଭିଆପି ଲଞ୍ଜ, ରେଷ୍ଟୁରାଣ୍ଟ, ବାର, ବୋଟିଂ, ସଙ୍ଗୀତ ପରିବେଷଣ, ନାଚ ଗୀତ, ସମୁଦ୍ର ସ୍ନାନ, ଜଙ୍ଗଲ ଟ୍ରେକିଂ, ସାଇକଲିଂ, ଇ ବାଇକି ର ଉପଭୋଗ କରିବା ସହିତ ପୁରୀ ଓ କୋଣାର୍କ ବୁଲିଯିବାର ଅନୁଭୂତି ପାଇପାରିବେ।




Visitors Today : 0
Total Visitors : 130423
Total Views : 9891953
Visitors Online Now : 0