ନୟାଗଡ଼: ନୟାଗଡ଼ ଯଦୁପୁର ଗ୍ରାମର ନାବାଳିକା ପରୀ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ଉଠୁଛି ପଡ଼ୁଛି। ନୟାଗଡ଼କୁ ବିରୋଧୀ ଦଳ ନେତାଗଣଙ୍କ ସୁଅ ଛୁଟିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ ଆଜି ନୟାଗଡ ଗସ୍ତ କରି ପରୀ ବାପା , ମା’ଙ୍କୁ ଭେଟିଛନ୍ତି। ପୁରନ୍ଦେଶ୍ବରୀଙ୍କ ସହ ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଓ ଲେଖାଶ୍ରୀ ସାମନ୍ତରାୟ ପ୍ରମୁଖ ନୟାଗଡ଼ ଗସ୍ତ କରିଛନ୍ତି। ପରୀ ପରିବାର ଠାରୁ ପୁରନ୍ଦେଶ୍ବରୀ ସମସ୍ତ ଘଟଣା ପଚାରି ବୁଝିବା ସହିତ ପରୀ ଶବ ଉଦ୍ଧାର ହୋଇଥିବା ସ୍ଥାନ ମଧ୍ୟ ପରିଦର୍ଶନ କରିଛନ୍ତି। କ୍ରାଇମବ୍ରାଞ୍ଚ ହେଉ କି ଏସଆଇଟି ତଦନ୍ତ ପରୀ ପରିବାରକୁ ନ୍ୟାୟ ପ୍ରଦାନ କରିବନି, ବରଂ ଶାସକ ଦଳକୁ ଏହା ସୁରକ୍ଷା ଦେବ ବୋଲି ବିଜେପି ଟିମ କହିଛି। ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ବିଜେପି ଦାବି କରିଛି।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0