spot_img

ପଶ୍ଚିମବଙ୍ଗ: ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଆକ୍ରମଣ

କୋଲକତା: ବିଜେପି ସଭାପତି ଜେପି ନଡ୍ଡାଙ୍କ କୋଲକତା ଗସ୍ତ ସମୟରେ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଗୁରୁବାର ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଏମପି ଅଭିଷେକ ବାନାର୍ଜୀଙ୍କ ସଂସଦୀୟ କ୍ଷେତ୍ର ଡାଏମଣ୍ଡ ହାର୍ବର ଗସ୍ତ ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଛି । କେତେକ ତୃଣମୂଳକର୍ମୀ ନଡ୍ଡା ଏବଂ କୈଳାସ ବିଜବର୍ଗୀୟଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ଭାଜପା ତରଫରୁ କରାଯାଇଛି । ରାଜ୍ୟ ଭାଜପା ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଏନେଇ ଅଭିଯୋଗ କରିଛନ୍ତି । କହିଛନ୍ତି ଯେ ତୃଣମୂଳକର୍ମୀ ପଥର ମାଡ କରିଛନ୍ତି । ସୁରକ୍ଷାକର୍ମୀ ନଡ୍ଡାଙ୍କୁ ଭିଡ ଭିତରୁ ବାହାରକୁ ଆଣିଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular