ଜଗତସିଂହପୁର: ବିଚ ବଜାରରେ ଲୁଟ । ବ୍ୟାଙ୍କରୁ ଫେରୁଥିବା ବେଳେ ଝାମ୍ପିନେଲେ ୩ ଲକ୍ଷ ଟଙ୍କା । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଧିନ ଗଳଧାରୀ ଅଞ୍ଚଳରେ ଘଟିଛି ଘଟଣା । ବାଇକରେ ଯାଉଥିବା ବେଳେ ୪ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଝାମ୍ପିନେଲେ ୩ ଲକ୍ଷ ଟଙ୍କା । ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଧିନ ଗଳଧାରୀ ଅଞ୍ଚଳର ମାଆ ସନ୍ତୋସି ଏସ ଏସ ଗ୍ରୁପ ଅଲଣାହାଟ ଠାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଗ୍ରୁପର ୩ ଲକ୍ଷ ଟଙ୍କା ନେଇ ଫେରୁଥିଲେ । ସେହି ସମୟରେ ଦୁଇଟି ମଟର ସାଇକେଲରେ ୪ ଜଣ ଯୁବକ ତାଙ୍କୁ ରାସ୍ତ ଉପରେ ଠେଲିଦେଇଥିଲେ । ମହିଳାଙ୍କୁ ଗାଡ଼ିରେ ବସାଇ ଆଣୁଥିବା ସମ୍ପର୍କିୟ ପୁତୁରା ଏବଂ ମହିଳା ଜଣଙ୍କ ରାସ୍ତା କଡରେ ପଡିଯାଇଥିଲେ । ଏହାପରେ ସେମାନ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବାସହ ଯୁବକଙ୍କୁ ଏକ ଖଣ୍ଡା ଦେଖାଇ ଧମକ ଦେଇଥିଲେ । ଏହାପରେ ମହିଳାଙ୍କ ହାତରୁ ଖସିପଡିଥିବା ଟଙ୍କା ବ୍ୟାଗ ଟିକୁ ଝାମ୍ପି ଚମ୍ପଟ ମାରିଥିଲେ। ଖବର ପାଇ ଜଗତସିଂହପୁର ଏସଡିପିଓଙ୍କ ନେତୃତ୍ୱରେ ନାଉଗାଁ ଥାନାର ଏକ ପୋଲିସ ଟିମ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0