ଭୁବନେଶ୍ୱର: ନୂଆ ବର୍ଷରେ ଖୋଲିବ ସ୍କୁଲ । ଜାନୁଆରୀରେ ସ୍କୁଲ ଖୋଲିବାକୁ ଚିନ୍ତା କରାଯାଉଛି । ଏହା କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବ । ଏବଂ ୧୦୦ ଦିନ ପାଠ ପଢ଼ାଇ ପରୀକ୍ଷା କରିବା ସହ ଶନିବାର ଓ ରବିବାର ଛୁଟି ଦିନରେ କ୍ଲାସ ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ । କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଗ୍ଦଗ୍ଧଙ୍କୟଚ୍ଚ ଜ୍ଞବଗ୍ଧରକ୍ସସବକ୍ଷ ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଯିବ ବୋଲି କହିଛନ୍ତି ମନ୍ତ୍ରୀ । ଯାହା ଫଳରେ ଛାତ୍ରଛାତ୍ରୀଙ୍କ ଉପରୁ ଚାପ କମିବା ସହ ପରୀକ୍ଷା ପାଇଁ ସହାୟ ହୋଇପାରିବ । ସମସ୍ତ ଅବଜରଭେସନ ଛାଡ଼ି ଦେଲେ ଶନିବାର ଓ ରବିବାର ମଧ୍ୟ ପାଠ ପଢାଇବାକୁ ପଡ଼ିବ । ୧୦୦ଦିନ ପାଠ ପଢାଇବାକୁ ନଷ୍ପତ୍ତି ନିଆଯାଇଛି । ତେଣୁ ଶନିବାର ରବିବାର ବି ପାଠ ପଢାଇବାକୁ ହେବ । ନଚେତ ୧୦୦ଦିନ ହୋଇପାରିବ ନାହିଁ ବୋଲି କହିଛନ୍ତି ସମୀର ଦାସ । ତେବେ ଜାନୁଆରୀରେ ସ୍କୁଲ ଖୋଲିବା ନେଇ ଆଶା ପ୍ରକଟ କରିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ । ସେହିପରି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବେ ସରକାର ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0