ନୂଆଦିଲ୍ଲୀ: ଦେଶର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀ ଜେଜେବାପା ହୋଇଛନ୍ତି। ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କ ପତ୍ନୀ ଶ୍ଲୋକା ଏକ ପୁଅକୁ ଜନ୍ମ ଦେଇଛନ୍ତି। ତେବେ ପୂର୍ବ ବର୍ଷ ମାର୍ଚ୍ଚ ୯ ତାରିଖରେ ରେ ସେମାନେ ବିବାହ କରିଥିଲେ । ଅମ୍ବାନୀ ପରିବାରର ମୁଖପାତ୍ର କହିଛନ୍ତି ଭଗବାନ କୃଷ୍ଣଙ୍କ କୃପା ଏବଂ ଆଶୀର୍ବାଦରେ ଶ୍ଲୋକା ଏବଂ ଆକାଶ ଅମ୍ବାନୀ ଏକ ଶିଶୁର ପିତାମାତା ହୋଇଛନ୍ତି। ନିତା ଏବଂ ମୁକେଶ ଅମ୍ବାନୀ ପ୍ରଥମ ଥର ପାଇଁ ଜେଜେବାପା ହେବାର ଆନନ୍ଦ ପାଇଛନ୍ତି । ତେବେ ଉଭୟ ମା’ ଏବଂ ପୁଅ ସୁସ୍ଥ ଅଛନ୍ତି ବୋଲି ସେ କହିଛନ୍ତି ।




Visitors Today : 5
Total Visitors : 130174
Total Views : 9891621
Visitors Online Now : 0