ବଡ଼ବିଲ୍ : ଆଲୁଓ୍ବାଲିଆଙ୍କ ବଡ଼ବିଲ ଓଭରବ୍ରିଜ୍ ରୋଡ୍ ସ୍ଥିତ ମୁଖ୍ୟ କାର୍ଯାଳୟ ସହ ଉଲିବୁରୁ ସ୍ଥିତ ଶ୍ରୀ ଜଗନ୍ନାଥ ଷ୍ଟିଲ ଆଣ୍ଡ୍ ପାଓ୍ବାର ଲିଃ ପ୍ଲାଂଟ ଏବଂ ଗୁଆଲି, ବରପଦା ଠାରେ କେଜେଏସ୍ ଆଲୁଓ୍ବାଲିଆ ଷ୍ଟିଲ ଆଣ୍ଡ୍ ପାଓ୍ବାର ଡିଭିଜନ ପ୍ଲାଂଟରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ଜାରିରହିଛି । ଗତକାଲି ଠାରୁ ବଡ଼ବିଲ, ଉଲିବୁରୁ ଏବଂ ବରପଦା ସମେତ କେଜେଏସ୍ ଆଲୁଓ୍ବାଲିଆ ଗ୍ରୁପର ଅନ୍ୟାନ୍ୟ ଠିକଣାରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଏକା ସାଙ୍ଗେର ଚଢ଼ଉ ଚାଲିଥିବା ଖବର ମିଳିଛି । କମ୍ପାନୀର ବିଭିନ୍ନ ଆୟ ବ୍ୟୟ ଓ ଟ୍ୟାକ୍ସ ସମ୍ବନ୍ଧୀୟ ସମସ୍ତ କାଗଜପତ୍ରକୁ ଆୟକର ବିଭାଗର ଅଧତ୍କାରୀ ତନ୍ନତନ୍ନ କରି ଯାଂଚ କରିବା ସହ କମ୍ପ୍ୟୁଟର ଡାଟାକୁ ମଧ୍ୟ ଯାଂଚ କରୁଥବା ସୂଚନା ରହିଛି ।
ଅନ୍ୟପଟେ ଆୟକର ବିଭାଗ କମ୍ପାନୀର ଦେଣନେଣ ସଂପର୍କୀତ ସମସ୍ତ ତଥ୍ୟ ଏବଂ ବ୍ୟାଙ୍କ୍ ଟ୍ରାଂଜାକ୍ସନର ତାଳମେଳକୁ ମଧ୍ୟ ଅନୁଧ୍ୟାନ କରୁଥବାର ସୂଚନା ପ୍ରାପ୍ତ ହୋଇଛି । ଏହି ଚଢ଼ଉ ସମୟରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧୀ, ଆୟକର ବିଭାଗ ଅଧତ୍କାରୀଙ୍କୁ ସାକ୍ଷାତ କରି ଏବାବଦରେ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ବି ତାହା ସମ୍ଭବ ହୋଇପାରିନାହିଁ । କ ଏନଇ କେଜେଏସ୍ ଆଲୁଓ୍ବାଲିଆ ଗ୍ରୁପ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0