ଖୋର୍ଦ୍ଧା : ବିବାହ ଭୋଜିରେ ଯୋଗ ଦେବାକୁ ଯାଇ ନଖୋଜ ଥିଲେ ଯୁବକ । ୨ ଦିନ ଧରି ନିଖୋଜ ହେବା ପରେ କୂଅରୁ ମିଳିଛି ଯୁବକଙ୍କ ମୃତ ଦେହ । ଖେର୍ଦ୍ଧା ଜିଲ୍ଲାର ଜଙ୍କିଆ ଥାନା ରମ୍ଭାବିଲ୍ଲୀ ଗାଁର ଏକ ପରିତ୍ୟକ୍ତା କୁଆରୁ ମିଳିଛି ଯୁବକଙ୍କ ମୃତ ହେବ । ମୃତ ଯୁବକ ଜଣକ ହେଲେ ନିରାକାରପୁରର ବିକାଶ ସାହୁ। ସୂଚନା ଆନୁସାରେ, ବିକାଶ ଗତ ୯ତାରିଖ ରାତିରେ ରମ୍ଭାବିଲ୍ଲୀ ଗାଁକୁ ଏକ ବିବାହକୁ ଯୋଗ ଦେବାକୁ ଆସି ଆଉ ଘରକୁ ଫେରି ନଥିଲେ। ତେବେ ଆଜି ସ୍ଥାନୀୟ ଲୋକେ ଏକ ପରିତ୍ୟକ୍ତ କୂଅରେ ମୃତଦେହ ଭାସୁଥିବା ଦେଖୁ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି। ବିକାଶଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0