କଟକ: କଟକ ମଙ୍ଗୁଳି ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ମଙ୍ଗୁଳି ଛକ ଠାରେ ପଥଚାରୀଙ୍କୁ ଧକ୍କା ଦେଲା ଟ୍ରକ୍, ଜଣେ ଗୁରୁତର । ଗୁରୁତରଙ୍କ ପରିଚୟ ମିଳିନାହିଁ । ଟାଙ୍ଗି ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଁଚି ଗୁରୁତରଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରିଛି । ପରେ ପୋଲିସ୍ ପଥଚାରୀକୁ ମେଡିକାଲ ପଠାଇ, ଟ୍ରକ୍ ଟିକୁ ଜବତ କରିଥିଲା । ଦୁର୍ଘଟଣା ଘଟାଇ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0