ନୂଆଦିଲ୍ଲୀ: ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଯୁଦ୍ଧ । ଘଟଣାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ରିପୋର୍ଟ ଦେଇଛନ୍ତି ବେଙ୍ଗଲ ରାଜ୍ୟପାଳ ଜଗଦୀପ ଧନକର । ଏଥିରେ ସେ ନଡ୍ଡାଙ୍କୁ ସୁରକ୍ଷା ବ୍ୟବସ୍ଥା ଯୋଗାଯାଇନଥିବା କହିଛନ୍ତି । ଏହି ରିପୋର୍ଟ ପାଇବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କ୍ଷୁବ୍ଧ ହୋଇଛି । ଏଥିସହ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷଙ୍କ ଅଭିଯୋଗ ଆଧାରରେ ମନ୍ତ୍ରଣାଳୟ ପକ୍ଷରୁ ବେଙ୍ଗଲ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ସମନ କରାଯାଇଛି। ଡିସେମ୍ବର ୧୪ରେ ଉଭୟଙ୍କୁ ହାଜର ହେବାକୁ କୁହାଯାଇଛି।
ଗୁରୁବାର ଜେପି ନଡ୍ଡାଙ୍କ ସହ ବହୁ ବରିଷ୍ଠ ନେତା ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବର ଯାଉଥିଲେ। ଏହି ସମୟରେ ସେମାନଙ୍କ କନଭୟ ଉପରକୁ ପଥର ମାଡ଼ ହୋଇଥିଲା। ଏଥିରେ ବିଜେପି ନେତା ମୁକୁଲ ରୟ ଓ ବିଜୟଭର୍ଗୀୟା ଆହତ ହୋଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ସେହିପରି ଆକ୍ରମଣ ପଛରେ କ୍ଷମତାସୀନ ଟିଏମସିର ହାତ ଥିବା ବିଜେପି କହିଛି। ଘଟଣାକୁ ନେଇ ବିବାଦ ଉପୁଜିବାରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟପାଳଙ୍କୁ ଘଟଣାର ରିପୋର୍ଟ ମାଗିଥିଲେ। ରାଜଭବନ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ରିପୋର୍ଟ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଗୁରୁବାର ଘଟଣା ବେଳେ ସ୍ଥାନୀୟ ପୁଲିସ୍ ପ୍ରୋଟକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼କାଡ଼ି କରିବାର ଥିଲା।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0