spot_img

ପୋଲିସ କବଜାରେ ଡି ବ୍ରଦର୍ସ, ଘରେ ବେଆଇନ ଜିନିଷ

କଟକ: ପୋଲିସ କବଜାରେ ଡି ବ୍ରଦର୍ସ ଥାଇ ମଧ୍ୟ ବେଆଇନ କାରବାର ଚାଲିଛି । ଡନ୍ ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୋଲିସ୍ ରେଡ୍ କରିଛି। ଚଢ଼ାଉ ବେଳେ ତାଙ୍କ ଘରୁ ବିପୁଳ ପରିମାଣର ଗୁଳି ଓ ବନ୍ଧୁକ ମିଳିଛି। ଡି ବ୍ରଦର୍ସ ଜେଲରେ ଥାଇ ବି ଗୁଳିଗୋଳା ବ୍ୟବସାୟ କରୁଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ପରେ କମିଶନରେଟ୍ ପୋଲିସ ତାଙ୍କ ସିଡିଏ ଘରେ ଅତର୍କିତ ଚଢାଉ କରିଥିଲା । ଚଢାଉ ବେଳେ ୫୦୦ ରାଉଣ୍ଡ ଗୁଳି ଓ ୭ଟି ବନ୍ଧୁକ ଜବତ କରିଛି । ଘରର ଇଣ୍ଟରିୟର ଡିଜାଇନିଂରେ ଗୋଟିଏ ସିଲ୍ ବାକ୍ସ ଭିତରୁ ଏହି ସବୁ ଗୁଳି ଓ ବନ୍ଧୁକ ମିଳିଛି । ପୋଲିସ ଏ ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି । ଘରକୁ ପୋଲିସ ନିଜ କବଜାକୁ ନେଇଛି । ଧଳ ସାମନ୍ତ ଘରେ ରେଡ୍ ବେଳେ କଟକ ଡିସିପି, ଜଣେ ଅତିରିକ୍ତ ଡିସିପି ଏବଂ ୫ ଜଣ ଆଇଆଇସି ସାମିଲ ହୋଇଥିଲେ । ଘଟଣାକୁ ନେଇ ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular