ଶ୍ରୀନଗର: ଶୁକ୍ରବାର ଦିନ ଜାମ୍ମୁ କାଶ୍ମୀରର ଶ୍ରୀନଗରର ନୋରବାଗ ଅଞ୍ଚଳରେ ଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ କ୍ୟାମ୍ପରେ ମାଓବାଦୀମାନେ ଗ୍ରେନେଡ ଫିଙ୍ଗିଛନ୍ତି। ତେବେ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇନଥିବାର ଜଣାପଡିଛି । ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଆତଙ୍କବାଦୀମାନେ ସକାଳ ୬.୪୦ ସମୟରେ କ୍ୟାମ୍ପରେ ଗ୍ରେନେଡ ଫିଙ୍ଗିଥିଲେ। କ୍ୟାମ୍ପ ବାହାରେ ଗ୍ରେନେଡ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ଗୋଟିଏ କୁକୁରର ମୃତ୍ୟୁ ଘଟିଥିଲା। ଏହାପୂର୍ବରୁ କୁଲଗାମରେ ଆତଙ୍କବାଦୀମାନେ CRPF କର୍ମଚାରୀଙ୍କୁ ଟାର୍ଗେଟ କରି ଗ୍ରେନେଡ ଆକ୍ରମଣ କରିଥିଲେ। ତେବେ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇନାହିଁ। ରାଜ୍ୟରେ ଚାଲିଥିବା DDC ନିର୍ବାଚନରେ ଲୋକଙ୍କ ଉତ୍ସାହ ଦେଖି ଆତଙ୍କବାଦୀ ସଂଗଠନ ଆଶ୍ଚର୍ୟ୍ୟ ହୋଇଯାଇଥିବାର ସୂଚନା ମିଳିଛି । ତେଣୁ ଲୋକଙ୍କ ଭିତରେ ଭୟ ସୃଷ୍ଟି କରିବା ଏବଂ ଉପତ୍ୟକାର ପରିବେଶକୁ ନଷ୍ଟ କରିବା ପାଇଁ ଆତଙ୍କବାଦୀମାନେ ଏଭଳି ଭୟଙ୍କର ପଦକ୍ଷେପ ନେଇଛନ୍ତି ।



Visitors Today : 21
Total Visitors : 130489
Total Views : 9892031
Visitors Online Now : 0