spot_img

ସିରିଜ୍ ବରାବର୍ କଲା ଇଂଲଣ୍ଡ

ମଞ୍ଚେଷ୍ଟର : ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦ୍ୱିତୀୟ ଟେଷ୍ଟକୁ ଇଂଲଣ୍ଡ ରୋମାଞ୍ଚକ ଭାବେ ୧୧୩ ରନ୍ ଜିତି ନେଇଛି । ବେନ୍ ଷ୍ଟୋକ୍ସ ବିସ୍ଫୋରକ ବ୍ୟାଟିଂ ପରେ ଷ୍ଟୁଆର୍ଟ ବ୍ରଡ଼ଙ୍କ ନେତୃତ୍ୱଧୀନ ବୋଲିଂ ଆଗରେ ଇଣ୍ଡିଜ୍ ହାର ମାନିଛି । ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ୩୧୨ରନ୍ ବିଜୟ ଲକ୍ଷ୍ୟ ଥିବା ବେଳେ ଜାସନ୍ ହୋଲଡ଼ରଙ୍କ ଦଳ ୧୯୮ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା । ଏଥି ସହିତ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୧-୧ ସ୍ତରକୁ ଚାଲି ଆସିଛି । ବେନ୍ ଷ୍ଟୋକ୍ସ ମ୍ୟାଚରେ ୨୫୪ ରନ୍ ଓ ୩ ୱିକେଟ୍ ନେଇଥିଲେ ।

england

ଇଲଣ୍ଡର ପ୍ରଥମ ପାଳିରେ ୯ ୱିକେଟରେ ୪୬୯ରନ୍ କରିଥିଲା । ଏହାର ଜବାବ ଦେବାକୁ ଯାଇ ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳିରେ ୨୮୭ ରନ୍ କରିଥିଲା । ଏହାଫଳରେ ଇଂଲଣ୍ଡ ନୂଆ ଋଣ କୌଶଳ ଅନୁସାରେ ଦ୍ୱିତୀୟ ପାଳି ଖେଳିଥିଲା । ଯେଉଁଥିରେ ୩ ୱିକେଟ ରେ ୧୨୯ ରନ୍ କରି ଅପର ପକ୍ଷ ସାମ୍ନାରେ ୩୧୨ ରନ୍ ର ବିଜୟ ଲକ୍ଷ୍ୟ ଦେଇଥିଲେ । କିନ୍ତ ୱେଷ୍ଟଇଣ୍ଡିଜ୍ ୧୯୮ ରନ୍ କରି ରନ୍ କରି ହାରିଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular