spot_img

କଟକରୁ ପୁଣି ୩୨ ପଜିଟିଭ୍ ଚିହ୍ନଟ

କଟକ: କଟକରୁ ଆଜି ୫ଟି ସ୍ଥାନୀୟ ସଂକ୍ରମଣ ସହ ମୋଟ ୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଅନ୍ୟ ୨୬ ଜଣ ସଂଗରୋଧ କେନ୍ଦ୍ରର (ସରକାରୀ ସଂଗରୋଧ କେନ୍ଦ୍ରରୁ ୫ ଜଣ ଓ ହୋମ କ୍ୱାରେଣ୍ଟାଇନରୁ ୨୧ ଜଣ) ହୋଇଥିବା ବେଳେ ଜଣେ ପେଡ୍ କ୍ବାରେଣ୍ଟାଇନରେ ଥିବା ଜଣାପଡ଼ିଛି । ସରକାରୀ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣ ମହିଳା । ସେମାନଙ୍କର ବୟସ ଯଥାକ୍ରମେ ୧୮ବର୍ଷ, ୨୫ ବର୍ଷ ଓ ୨ଜଣଙ୍କର ବୟସ ୪୦ ବର୍ଷ ଲେଖାଏଁ ରହିଛି । ତେବେ ପୁରୁଷ ଆକ୍ରାନ୍ତଙ୍କ ବୟସ ୪୧ ବର୍ଷ । କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତକାଲି କଟକରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏହାର ୨ଗୁଣା ସଂକ୍ରମିତ ବାହାରି ଥିବାରୁ ସ୍ଥାନୀୟ ଲୋକଙ୍କର ଚିନ୍ତା ବଢ଼ିଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular