କୋରାପୁଟ: ପୁଣି ଗଂଜେଇ ଜବତ । ୮୧କିଲୋ ୭୦୦ ଗ୍ରାମ ଗଂଜେଇ ଜବତ ସହ ୩ଜଣଙ୍କୁ ଗିରଫ କଲା ଜୟପୁର ପୁଲିସ । କୋରାପୁଟର ଲମତାପୁଟରୁ ଉତ୍ତର ପ୍ରଦେଶ ଗଂଜେଇ ଚାଲାଣ ବେଳେ ଜବତ୍ କରିଛି ପୁଲିସ୍ । ଗିରଫ ତିନ ଜଣ ଉତରପ୍ରଦେଶର ପୁଷ୍ପ ରାଜ ଗୌଧ , ଶିବଶଙ୍କର ପଟେଲ ଏବଂ ଅନିଲ କୁମାର ପଟେଲ ବୋଲି ଜଣାପଡିଛି । ଏକ ଦାମି ଡ଼ଷ୍ଟର କାର୍ରେ ଗଂଜେଇ ଚାଲାଣ ହେଉଥିଲା । କୌଣସି ସୁତ୍ରରୁ ଖବର ପାଇ ଜୟପୁର ଥାନା ଅଧିକାରୀ ଓ ଏସ.ଆଇ ଏନ କେ ଟପୁ ଏବଂ ଟିମ୍ କୋଟାଛକ ପାତ୍ରପୁଟ ବ୍ରିଜ୍ ପାଖରେ ଗାଡ଼ିକୁ ଅଟକାଇଥିଲେ । ଯାଂଚ ବେଳେ କାରରେ ଗଂଜେଇ ଥିବା ଜଣାପଡ଼ିଥିଲା । ପରେ କାରକୁ ଜବତ କରି ତିନି ଜଣଙ୍କୁ ଗିରଫ କରିଥିଲା ପୁଲିସ । ସେମାନଙ୍କ ଠାରୂ ୧୭ ହଜାର ଟଙ୍କା ସହ ୮୧କିଲୋ୭୦୦ ଗ୍ରାମ ଗଂଜେଇ ଜବତ ହୋଇଛି । ଗଂଜେଇର ଆନୁମାନିକ ମୂଲ୍ୟ ୯ଲକ୍ଷ ଟଙ୍କା ହେବ ବୋଲି ସଦର ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ଗିରଫ ତିନି ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0