ସାଲେପୁର: ଟୋଲ ଗେଟରେ ଚେକିଂ ବେଳେ ୧୫୫ କେଜି ଗଞ୍ଜେଇ ଜବତ, ୪ ଅଟକ । କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ନିର୍ଗୁଣ୍ଡି ଟୋଲ ଗେଟରେ ପୁଲିସ୍ ଏହି ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି । ସ୍ପେସାଲ ସ୍ୱାର୍ଡ ଟୋଲ ଗେଟରେ ଚେକିଂ ସମୟରେ ଏକ ସ୍ୱିଫ୍ଟ ଡିଜିଆର ଗାଡିକୁ ଚେକିଂ କରିଥିଲେ । ଚେକିଂ ସମୟରେ ସେଥିରୁ ୧୫୫ କେଜି ଗଞ୍ଜେଇ ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଗଞ୍ଜେଇ ଗଂଜାମରୁ ଟାଟା ଯାଉଥିଲା । ସଂପୃକ୍ତ ଗାଡି ସହିତ ୪ ଜଣଙ୍କୁ ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0